Home ଜିଲ୍ଲା ପରିକ୍ରମା ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟର ବାର୍ଷିକ ଉତ୍ସବ

ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟର ବାର୍ଷିକ ଉତ୍ସବ

24

ବାହାନଗା,୧୪ା୩(ନିପ୍ର) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋଲପୁ ର ଠାରେ ବିଜେଡ଼ି ସାଂସ୍କୃତିକ ସାମୁଖ୍ୟ ସଂଘର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ସଭାପତିତ୍ୱ କରିଥିଲେ ବାଲେଶ୍ୱର ଜିଲ୍ଲା ସଂଯୋଜକ ଜ୍ୟୋତି ପ୍ରକାଶ ବାରିକ । ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା, ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଯୋଜକ ପ୍ରବୀର କୁମାର ମହାନ୍ତି, , ବ୍ଲକ ବିଜେଡ଼ି ସଭାପତି ଅଜୟ ପଣ୍ଡା, ପୂର୍ବତନ ସରପଞ୍ଚ ନୀଳାମ୍ବର ମହାଳିକ, ଓଡ଼ଶାଳ ସରପଞ୍ଚ ଆରତୀ ଦଳେଇ, ବ୍ଲକ ସଂଯୋଜକ ପିତାମ୍ବର ନାୟକ , ସଂଯୋଜିକା ସୁମିତ୍ରା ସାହୁ, କଳାକାର ସୁଧାକର ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଐକ ଷାଭା ଯାତ୍ରାରେ କଳାକାର ମାନେ ବିଧାୟକ ଧଡ଼ାଙ୍କୁ ପାଛୋଟି ଆଣି ଥିଲେ । ସଭାକାର‌୍ୟ୍ୟ ଆରମ୍ଭରେ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ସହ ବିଜୁ ବାଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ପ୍ରଦାନ କରାଯାଇ ସଭା କାର‌୍ୟ୍ୟ ଆରମ୍ଭ ହୋଇ ଥିଲା । ଶେଷରେ ସୋର ବ୍ଲକ ସଂଯୋଜକ ପ୍ରବୀର ପୋଇ ଧନ୍ୟବାଦ ଦେଇ ଥିଲେ । ୫ଜଣ କଳାକାରଙ୍କୁ ବିଧାୟକ ସମ୍ମାନିତ କରିଥିଲେ । ଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ହୋଇ ଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.