Home ଜିଲ୍ଲା ପରିକ୍ରମା ବିଜେଡ଼ି ସଭାପତି କୃଷ୍ଣ ସାହୁଙ୍କ ପରଲୋକ

ବିଜେଡ଼ି ସଭାପତି କୃଷ୍ଣ ସାହୁଙ୍କ ପରଲୋକ

19

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଚାରିଗାଁ ପଂଚାୟତ ବିଜେଡ଼ି ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ୬୨ବର୍ଷ ବୟସରେ କଟକ ବଡ଼ ମେଡ଼ିକାଲରେ ସୋମବାର ପରଲୋକ ଘଟିଛି। ଏ ଖବର ପାଇ ରାଜ୍ୟ ବିଜେଡ଼ି ସଂପାଦକ ଇଂ ପ୍ରୟାସ କାନ୍ତି ସାମଲ, ରାଜ୍ୟ ବିଜୁ ଛାତ୍ର ଜନତା ଦଳ ଉପ ସଭାପତି ଚିନ୍ମୟ ଦାସ, ଚାରିଗାଁ ସରପଂଚ ବନମାଳୀ ବେହେରା ପ୍ରମୁଖ ବିଜେଡ଼ି ନେତା ମାନେ ମେଡ଼ିକାଲରେ ପହଂଚି ସ୍ୱର୍ଗତ ସାହୁଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସ୍ୱର୍ଗତ ସାହୁ କିଛି ଦିନ ହେଲା କିଡ଼ନୀ ଜନିତ ରୋଗାକ୍ରାନ୍ତ ହୋଇ ମେଡ଼ିକାଲରେ ଚିକିତ୍ସାଧୀନ ରହି ଥିଲେ। ସେ ଏଥି ପୂର୍ବରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ସ୍ଥାନୀୟ ଅଂଚଳରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି। ସେ ଜଣେ ସରଳ, ମେଳାପି ଓ ପରୋପକାରୀ ଧରଣର ବ୍ୟକ୍ତି ଥିଲେ। ତାଙ୍କ ପରଲୋକ ଖବର ମିଳିବା ପରେ ଚାରିଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରାଜ୍ୟ ବିଜେଡ଼ି ସଂପାଦକ ଇଂ ସାମଲ, ରାଜ୍ୟ ଛାତ୍ର ବିଜେଡ଼ି ଉପ ସଭାପତି ଶ୍ରୀ ଦାସ, ଚାରିଗାଁ ସରପଂଚ ଶ୍ରୀ ବେହେରାଙ୍କ ସମେତ ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ, ଯୁବ ନେତା ନିଳାଦ୍ରୀ ପୃଷ୍ଟି, ପରମେଶ୍ୱର ରାଉତ, ପ୍ରଣବ ଲେଙ୍କା, ଶିକ୍ଷାବିତ୍ ରଥ ବେହେରା ପ୍ରମୁଖ ସ୍ୱର୍ଗତ ସାହୁଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.