Home ଜିଲ୍ଲା ପରିକ୍ରମା ପୋଖରୀରେ ପଡ଼ି ଯୁବତୀ ମୃତ

ପୋଖରୀରେ ପଡ଼ି ଯୁବତୀ ମୃତ

130

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡ଼ି ଥାନା ଅଧୀନ ମହରମପୁର ପଞ୍ଚାୟତ ଅଧୀନ ତରାଶୁଣି ଗ୍ରାମର ଜଣେ ଯୁବତୀ ଆଜି ପୋଖରୀରେ ପଡ଼ି ମୃତ୍ୟୁବରଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରକାଶ ଯେ, ତରାଶୁଣି ଗ୍ରାମର କୈଳାସ ମଳିକଙ୍କ ଝିଅ ଲିତା ମଳିକ (୧୮) ସକାଳେ ବିଲକୁ ଗାଈ ନେଇ ଚରାଇବାକୁ ଯାଇଥିଲେ। ତେବେ ସେ ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ତେବେ ଦିନ ପ୍ରାୟ ୧୨ଟା ସମୟରେ ଗ୍ରାମ ନିକଟ ଏକ ପୋଖରୀରେ ତାଙ୍କର ଜୋତା ଭାସୁଥିବାର ପରିବାର ଲୋକ ଦେଖିବାକୁ ପାଇଥିଲେ। ପରେ ଗ୍ରାମବାସୀଙ୍କ ସହାୟତରେ ପୋଖରୀରେ ଖୋଜାଖୋଜି କରିବା ପରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ତିହିଡ଼ି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ତିହିଡ଼ି ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.