Home ଓଡ଼ିଶା ବିଜେପୁରବାସୀ ରାଜ୍ୟର ସମୃଦ୍ଧି ଓ ସ୍ୱାଭିମାନକୁ ସମର୍ଥନ ଦେଇ ରାଜନୈତିକ ବିଜ୍ଞତା ଓ ପରିପକ୍ୱତାର ପରିଚୟ...

ବିଜେପୁରବାସୀ ରାଜ୍ୟର ସମୃଦ୍ଧି ଓ ସ୍ୱାଭିମାନକୁ ସମର୍ଥନ ଦେଇ ରାଜନୈତିକ ବିଜ୍ଞତା ଓ ପରିପକ୍ୱତାର ପରିଚୟ ଦେଇଛନ୍ତି

127

– ବିଜେପୁର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ସର୍ବକାଳୀନ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ
– କ୍ରମାଗତ ୧୯ ବର୍ଷ ଶାସନରେ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ରାଜନୈତିକ ଇତିହାସରେ ବିରଳ
– ଏକ-ତୃତୀୟାଂଶ ଭୋଟ ପାଇବାକୁ ବି ସମର୍ଥ ହେଲାନାହିଁ ବିଜେପି

ଭୁବନେଶ୍ୱର, ୨୫/୧୦ (ଓଡ଼ିଆ ପୁଅ) : ବିଜେପୁର ଉପ-ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀନୀ ଶ୍ରୀମତୀ ରୀତା ସାହୁ ସର୍ବକାଳୀନ ରେକର୍ଡ ୯୭, ୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେବା ପୁଣିଥରେ ପ୍ରମାଣିତ କରିଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା। କ୍ରମାଗତ ଭାବରେ ୧୯ ବର୍ଷ ଶାସନରେ ରହି ଏଭଳି ଲୋକପ୍ରିୟତା ହାସଲ କରିବା ଭାରତୀୟ ରାଜନୈତିକ ଇତିହାସରେ ବିରଳ। ସର୍ବଭାରତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ଉତ୍ଥାନ ପତନ ଚାଲିଥିବା ବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଆଞ୍ଚଳିକ ଦଳ ବିଜେଡିର ଗ୍ରହଣୀୟତା କେବଳ ସ୍ଥିର ନାହିଁ, ବରଂ ପ୍ରତିଟି ନିର୍ବାଚନରେ ବୃଦ୍ଧି ପାଇବାରେ ଲାଗିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ଓ ଲୋକାଭିମୁଖି ବିକାଶ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କର ସଦ୍ଦିଚ୍ଛା ଓ ସମର୍ଥନ ରହିଆସିଛି। ବିରୋଧୀ ଦଳମାନଙ୍କର କୌଣସି ବିଭ୍ରାନ୍ତିରେ ଭଳି ନଯାଇ ଓଡ଼ିଶାର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ରାଜ୍ୟର ସମୃଦ୍ଧି ଓ ସ୍ୱାଭିମାନକୁ ସମର୍ଥନ ଦେଇ ଯେଭଳି ରାଜନୈତିକ ବିଜ୍ଞତା ଓ ପରିପକ୍ୱତାର ପରିଚୟ ଦେଇଛନ୍ତି, ସେଥିପାଇଁ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ବିଜୁ ଜନତା ଦଳ କୃତଜ୍ଞତା ଜ୍ଞାପନ କରୁଛି। ସାମ୍ପ୍ରତିକ ରାଜନୀତିରେ ଭାରତର ନେତୃମଣ୍ଡଳୀଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ, ସଦ୍ଦିଚ୍ଛା ଓ ଆଶୀର୍ବାଦରେ ଶିଖରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିବା ଏକ ସୁଖଦ ଉପଲବ୍ଧି ବୋଲି ଆଜି ରାଜ୍ୟବାସୀ ଅନୁଭବ କରୁଛନ୍ତି। ବିଜେପି ବିଜେପୁର ଉପ-ନିର୍ବାଚନରେ ଏକ-ତୃତୀୟାଂଶ ଭୋଟ ପାଇବାକୁ ବି ସମର୍ଥ ହେଲାନାହିଁ। ବୁଥ୍ୱାରୀ ମିଳିଥିବା ଭୋଟ ବ୍ୟବଧାନ ହିଁ ଜଣାଇଦେବ ବିଜେପିର ଅସଲ ସ୍ଥିତି ଓ ଅସ୍ଥିତ୍ୱ। ନିଜର ଶୋଚନୀୟ ପରାଜୟକୁ ନେଇ ବିଜେପି ଯେଉଁ ବିତଣ୍ଡା ଯୁକ୍ତି କରୁଛି, ସେଥିରୁ ତାଙ୍କର ହତାଶା ଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ରାଜ୍ୟ ସାଧାରଣ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.