Home ଉପ ନିର୍ବାଚନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ରୋଡ଼ ସୋ’ ଉପ-ନିର୍ବାଚନ ଫଳ ରାଜ୍ୟ ରାଜନୀତି ପାଇଁ ନୂଆ ବାର୍ତ୍ତା:...

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ରୋଡ଼ ସୋ’ ଉପ-ନିର୍ବାଚନ ଫଳ ରାଜ୍ୟ ରାଜନୀତି ପାଇଁ ନୂଆ ବାର୍ତ୍ତା: ବୈଜୟନ୍ତ

80

ବାଲେଶ୍ୱର, ୩୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଉପ-ନିର୍ବାଚନରେ ପ୍ରଚାର ଅବଧି ଶେଷ ହେବା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବାଲେଶ୍ୱରରେ ପ୍ରାର୍ଥୀ ମାନସଙ୍କ ପାଇଁ ମେଗା ରୋଡ଼୍ ସୋ’ରେ ଯୋଗଦେବା ଘଟଣା ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଅଧିକ କ୍ର୍ରିୟାଶୀଳ କରିଛି। ହେଲିକେପ୍ଟର ଯୋଗେ ପାତ୍ରପଡ଼ା ପଡ଼ିଆରେ ଅବତରଣ ପରେ ସେ ସଦର ବିଜେପି କାର୍ଯ୍ୟାଳୟକୁ ଆସି ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ପ୍ରାର୍ଥୀ ମାନସ ଦତ୍ତଙ୍କ ସଙ୍ଗରେ ଶ୍ରୀ ପଣ୍ଡା ଖାଲା ଗାଡ଼ିରେ ରୋଡ଼ ସୋ’ରେ ଯୋଗ ଦେଇଥିଲେ। ଚିଡ଼ିଆ ପୋଲଠାରୁ ଆରାମ୍ଭ ହୋଇଥିବା ଏହି ରୋଡ଼ ସେ।।’ରାଣୀପାଟଣା, ଝାଡ଼େଶ୍ୱର ମନ୍ଦିର, ନୂଆବଜାର, ଅରଡ଼ବଜାର ଦେଇ ସହଦେବଖୁଣ୍ଟା ପର୍ଯ୍ୟନ୍ତ ଯାଇଥିଲା। ସହଦେବଖୁଣ୍ଟାର ଚାନ୍ଦମାରୀ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ଜନସାଧାରଣ ପୁଷ୍ପବୃଷ୍ଟି ଓ ହୁଳହୁଳି ସହ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଏହି ରୋଡ଼ ସୋ’ରେ ଜନସମାଗମକୁ ଦେଖି ଶ୍ରୀ ପଣ୍ଡା ଚକିତ ହେବା ସହ ପ୍ରାର୍ଥୀ ମାନସଙ୍କ ବିଜୟକୁ ନେଇ ଦୃଢ଼ତା ପ୍ରକାଶ କରିଥିଲେ। ବାଲେଶ୍ୱରବାସୀଙ୍କ ଭାବନାକୁ ଉପେକ୍ଷା ସହ ଦିବଂଗତ ବିଧାୟକଙ୍କ ସମ୍ପର୍କରେ ବିଜେଡି ନେତା-ମନ୍ତ୍ରୀ ଦେଉଥିବା ଅମାନବୀୟ ମନ୍ତବ୍ୟ ବାସ୍ତବିକ୍ ଗର୍ବ- ଅହଙ୍କାରର ପ୍ରତିଫଳନ ବୋଲି ସେ କହିଛନ୍ତି। ଏହାର ବିଚାର ବାଲେଶ୍ୱରବାସୀ କରିବା ସହ ଏହି ଉପ-ନିର୍ବାଚନର ଫଳାଫଳ ସମଗ୍ର ଓଡ଼ିଶାକୁ ଏକ ନୂଆ ବାର୍ତ୍ତା ଦେବ ଓ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ ବୋଲି ଶ୍ରୀ ପଣ୍ଡା ଆଶା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.