Home ଜିଲ୍ଲା ପରିକ୍ରମା ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତିଙ୍କ ଭଦ୍ରକ ଗସ୍ତ

ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତିଙ୍କ ଭଦ୍ରକ ଗସ୍ତ

39

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ସିକନ୍ଦର ଅଲି ଭଦ୍ରକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ମହମ୍ମଦ ଅଲୀ ସବରଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ସିକନ୍ଦର ଅଲିଙ୍କୁ ସ୍ୱାଗତ କରି ପୁରୁଣାବଜାର, କଣ୍ଟା ବଣିଆ, କଦମବେଢା ଦେଇ ସହର ପରିକ୍ରମା କରିଥିଲା । ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ଗଣମାଧ୍ୟମ ସମ୍ମିଳନୀରେ ସେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅପାରଗତାକୁ ନେଇ କ୍ଷୋଭ ପ୍ରକଟ କରିଥିଲେ । ଉର୍ଦ୍ଦୁ ଏକାଡେମୀର ନିଷ୍କ୍ର୍ରିୟତା, ମଦ୍ରାସା ବୋର୍ଡରେ ଅନିୟମିତତା, ୱାକବ୍ ବୋର୍ଡରେ ହେଉଥିବା ସମସ୍ୟା, ହାଜି କମିଟିର ନୀରବତା, ସଂଖ୍ୟାଲଘୁ ସମ୍ପ୍ରଦାୟକୁ ମେଧାବୃତ୍ତିରୁ ବଂଚିତ କରିବା, ତଲାକ ପାଇଥିବା ମହିଳାମାନଙ୍କୁ ବିଧବା ଭତ୍ତା ପ୍ରଦାନ କରିବା, ମଦ୍ରାସାକୁ ବ୍ଲକ ଗ୍ରାଣ୍ଟ ପ୍ରଦାନ କରିବା ଇତ୍ୟାଦି ବିଭିନ୍ନ ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କ ଉଦାସୀନ ମନଭାବକୁ ତୀବ୍ର ନିନ୍ଦା କରିଥିଲେ । ଏହି ଅବସରରେ ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ ଚୟନ କରାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀ, ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦିପ ନାୟକ, ଯୁବମୋର୍ଚ୍ଚା ରାଜ୍ୟ ସୋସିଆଲ ମିଡିଆ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲା ବରିଷ୍ଠ ଉପସଭାପତି ଅଶୋକ ପରିଜା, ଉପସଭାପତି ଉଦୟ ନାରାୟଣ ମଲ୍ଲିକ, ଯୁବନେତା ସୁରେଶ ସାମଲ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସଂଖ୍ୟାଲଘୁଙ୍କ ପାଇଁ କରୁଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମିଳନୀରେ ସେକ ସଇରୁଦ୍ଦିନ, ସେକ୍ କାଲା, ମହମ୍ମଦ ରାଜା, ପାଇ ଖାନ୍‌, ସୁବୋ ଖାନ୍‌, ପପୁ ଖାନ, ସୟଦ ସୁଫି ଆଲାମ, ସୟଦ ତୟାବ, ସୟଦ ସାଦିକ ଆଲାମ, ସୟଦ ରାଜା, ସେକ୍ ମୁନ୍‌ତାଜ, ସେକ୍ ସିରାଜୁଦ୍ଦିନ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.