Home ଜିଲ୍ଲା ପରିକ୍ରମା ବିଜେପି ମହିଳା ମୋର୍ଚ୍ଚାର କର୍ମୀ ସମ୍ମିଳନୀ

ବିଜେପି ମହିଳା ମୋର୍ଚ୍ଚାର କର୍ମୀ ସମ୍ମିଳନୀ

65

ବାଲେଶ୍ୱର, ୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କର୍ମୀ ସମ୍ମିଳନୀ ସ୍ଥାନୀୟ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି କମଳା ବିନ୍ଧାଣୀ ଏଥିରେ ପୌରୋହିତ୍ୟ କରିବା ସହିତ ଆସନ୍ତା ଉପ-ନିର୍ବାଚନରେ ସଫଳତା ପାଇଁ ଦଳୀୟ ମହିଳା କର୍ମୀଙ୍କ କାର‌୍ୟ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଏଥିରେ ଯୋଗଦେଇ ଉପସ୍ଥିତ ମହିଳା ମୋର୍ଚ୍ଚା ସଦସ୍ୟା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଓ ବିଜେପିର ମହିଳା କର୍ମୀଙ୍କ ସାଂଗଠନିକ କାର‌୍ୟ୍ୟଧାରା ଚଳିତ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ନିଶ୍ଚିତ ବିଜୟ ଟିକା ପିନ୍ଧାଇବ ବୋଲି ସେ ମତ ପ୍ରକାଶ କରିଥିଲେ। ସଦର ନିର୍ବାଚନମଣ୍ଡଳୀର ସଂଯୋଜକ ତଥା ଆସନ୍ତା ଉପ-ନିର୍ବାଚନର ସମ୍ଭାବ୍ୟ ଦଳୀୟ ପ୍ରାର୍ଥୀ ମାନସ କୁମାର ଦତ୍ତ ଏଥିରେ ଯୋଗଦେଇ ଗତ ୨୦୧୯ ସାଧାରଣ ନିର୍ବାଚନରେ ମହିଳା ମୋର୍ଚ୍ଚା କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ବେଶ୍ ସହାୟକ ହୋଇଥିଲା। ଆସନ୍ତା ଉପ-ନିର୍ବାଚନରେ ବି ସେମାନଙ୍କର ସହଯୋଗରେ ବିଜେପି ପୁଣି ସଦର ଆସନକୁ ଦଖଲ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ବିଜେପି ରାଜ୍ୟସ୍ତରୀୟ କର୍ମକର୍ତ୍ତା ସିପ୍ରା ବାଜପେୟୀ, ସୁଷମା ବିଶ୍ୱାଳଙ୍କ ସମେତ ସଂଯୁକ୍ତା ମହାପାତ୍ର, ଅଭିପ୍ସା ନାୟକ, ମହୁଆ ପ୍ରଧାନ ଓ ବିଜେପି ନଗର ସଭାପତି ଚିତ୍ତରଂଜନ ପଣ୍ଡା ପ୍ରମୁଖ ଆସନ୍ତା ନିର୍ବାଚନରେ ସାଂଗଠନିକ କାର‌୍ୟ୍ୟକୁ କିପରି ଆଗେଇ ନେବେ ଓ ରଣନୀତି କ’ଣ ରହିବ ସେ ସମ୍ପର୍କରେ ଉପସ୍ଥିତ ମହିଳା କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ପ୍ରକାର ଭେଦଭାବ ଭୁଲି ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାର‌୍ୟ୍ୟ କରିବାକୁ ସେମାନେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.