କୋରାପୁଟ ୦୫-୧୦(ଓଡିଆ ପୁଅ /ରଂଜନ ଦାସ) କୋରାପୁଟର ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗୀ ଦଳ ଛାଡିବେ ବୋଲି ଜଣାପଡିଛି ।
ଦୋମୁହାଁ ରାଜନୀତିରେ ରହି କାର୍ଯ୍ୟ କରି ହେବ ନାହିଁ । ତେଣୁ ଚଳିତ ମାସ ୧୦ ତାରିଖ ପୂର୍ବରୁ ଦଳ ଛାଡିବେ ବୋଲି ଶ୍ରୀ ପାଙ୍ଗୀ ସୂଚନା ଦେଇଛନ୍ତି । ସେ କୈାଣସି ଦଳରେ ଯୋଗ ଦେବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।ଦଣ୍ଡକାରଣ୍ୟ ପର୍ବତମାଲା ବିକାଶ ପରିଷଦରେ ରହି କାର୍ଯ୍ୟ କରିବି ଓ କେନ୍ଦ୍ର ଶାସିତ ଅଂଚଳ କରିବାକୁ ଦାବି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ବରିଷ୍ଠ ନେତା ଜୟରାମ ପାଙ୍ଗୀ ଦଳ ଛାଡିବା ନେଇ କୈାଣସି ଖବର ନ ଥିବା ଜିଲ୍ଲା ବିଜେପି ସଭାପତି ସୁମନ୍ତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।