Home କୋରାପୁଟ               ଭିଡିସି ପାଣ୍ଠିରୁ ଟଙ୍କା ଆତ୍ମସାତ ଅଭିଯୋଗ

              ଭିଡିସି ପାଣ୍ଠିରୁ ଟଙ୍କା ଆତ୍ମସାତ ଅଭିଯୋଗ

36

କୋରାପୁଟ ୦୫-୧୦(ଓଡିଆ ପୁଅ /ରଂଜନ ଦାସ)ଦଶମନ୍ତପୁର ବ୍ଲକ ଗାଦିଆଗୁଡା ପଂଚାୟତ ପରଜାଗୋଦରି ଗ୍ରାମର ଭିଲେଜ ଡଭଲପମେଂଟ କମିଟି  ପାଣ୍ଠିରୁ  ସଭାପତି ଏବଂ ସମ୍ପାଦକ  କମିଟିର ବିନା ଅନୁମୋଦନରେ ୨ଲକ୍ଷ ୨୮ ହଜାର ଟଙ୍କା ବ୍ୟାଙ୍କ ଜମାଖାତାରୁ ଉଠାଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ,ଦାଗିଆଗୁଡା ଗ୍ରାମ ପଂଚାୟତର ପରଜାଗୋଦରି,ବଗେଇପଦର  ଏବଂ  ବାଲିଘାଟ ଗ୍ରାମକୁ ନେଇ ୨୦୦୮ ମସିହାରେ ମାଁ ଗୋଦ୍ରି ମାଳି ଭିଲେଜ ଡଭଲପମେଂଟ କମିଟି ଗଠିତ କରାଯାଇଥିଲା ।  ସାମୁହିକ  କାର୍ଯ୍ୟରେ  ଲଗାଇବାକୁ ଦିନ ମଜୁରିଆ ଶ୍ରମିକ ମାନଙ୍କ  ପାରିଶ୍ରମିକ ଅର୍ଥରୁ  ଜଣକ ପିଛା ଦୈନିକ ୧୦ ଟଙ୍କା ହିସାବରେ ସଂଚୟ କରା ଯାଇଥିଲା । ଏହାର ସୁପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଛି । ପାଣ୍ଠିର ସୁବିନିଯୋଗ ନିମନ୍ତେ ସଭାପତି ଓ ସମ୍ପାଦକଙ୍କୁ ଦାୟିତ୍ୱ ଦିଆ ଯାଇଥିବାବେଳେ ଗ୍ରାମସଭା,ପଲ୍ଲୀସଭା କିମ୍ବା ଭିଡିସି କମିଟିର ବିନା ଅନୁମୋଦନରେ ସଭାପତି ମାଲିନି ଯାନୀ ଓ ସମ୍ପାଦକ ଡମ୍ବରୁ ଯାନୀ ବ୍ୟାଙ୍କ ଜମାଖାତରୁ ୨ଲକ୍ଷ ୨୮ ହଜାର ଟଙ୍କା ଉଠାଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ  ଗ୍ରାମବାସୀ ସୋମବାର ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ଏସପି ଓ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ନିକଟରେ ଅଭିଯୋଗ କରି କମିଟି ଟଙ୍କା ଆତ୍ମସାତ କରିଥିବା ସଭାପତି ଏବଂ ସମ୍ପାଦକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । କମିଟି ସଦସ୍ୟ ପୀତାବସ ନାୟକ,ଭଗବାନ ବିଷୋୟୀ,କୁମୁଦୀନି  ବିଷୋୟୀ,ରାଜେଶ ଗରଡା,ଜାଲମି ଡଂଗ୍ରୀ ,ରାମ ମୁଦୁଲି ପ୍ରମୁଖ  ଅତିରିକ୍ତ ଜିଲ୍ଲାପାଳ,କୋରାପୁଟ ଏସପି ଓ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କଠାରୁ ଅଭିଯୋଗ ମିଳିଛି ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.