Home ଓଡ଼ିଶା ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ସହ ଦୁଇ ବିସ୍ତାରକ

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ସହ ଦୁଇ ବିସ୍ତାରକ

83

ହରିଚନ୍ଦନପୁର, ତା ୫ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ପୂର୍ବତନ ବିଧାୟକ ତଥା ବିଜେପିର ତେଲକୋଇ ବିଧାନ ସଭା ଆସନର ଲଢୁଆ ନେତା ଧନୁର୍ଜୟ ସିଦ୍ଧୁ ଆଜି ବିଜେପି ତ୍ୟାଗ କରିଛନ୍ତି । ବିଜେପିରେ ରହି ସେ ଅଣନିଶ୍ବାସୀ ହୋଇ ପଡିଥିବା ସହ ବିଜେପିରେ ନୀତି ଆଦର୍ଶ ବୋଲି କିଛି ନଥିବା କହି ଆଜି ବିଜେପିରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଶ୍ରୀସିଦ୍ଧୁ ଗତ ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ତେଲକୋଇ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହୋଇଥିଲେ । ହେଲେ ଆଜି ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ନିକଟରେ ୨ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ବିଜେପି ଛାଡିବା ନେଇ ଏକ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ତାଙ୍କ ସହିତ ତେଲକୋଇ ନିର୍ବାଚନ ମଣ୍ଡଳୀର ବିସ୍ତାରକ ହିମାଦ୍ରୀ ଦାସ ଓ ଭଟଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିସ୍ତାରକ ଗଣେଶ ମହାକୁଡଙ୍କ ସମେତ ବୁଥସ୍ତରୀୟ ସଂଗଠକମାନେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳ ମଧ୍ୟରେ ନୂଆ, ପୁରୁଣା ବାଛ ବିଚାର ରାଜନୀତି, ଗୋଷ୍ଠୀକନ୍ଦଳ, ଜନସେବା କରିବାରେ ପ୍ରତିବନ୍ଧକ ସୃଷ୍ଟି ହେବାରୁ ସେ ଦଳ ଛାଡିଥିବା ପ୍ରକାଶ କରିଛନ୍ତି । ଏହାପରେ ସେ କେଉଁ ଦଳରେ ଯୋଗ ଦେବ ତାହା ନେଇ ସେ ନିଜ ସମର୍ଥକଙ୍କ ନିଷ୍ପତ୍ତି ଉପରେ ଛାଡିଥିବା କହିଛନ୍ତି । ସେପଟେ, ଯୁବପିଢିଙ୍କୁ ବିଜେପି ପ୍ରଲୋଭନ ଦେଖାଇ ପଥଭ୍ରଷ୍ଟ କରିଥିବା ଅଭିଯୋଗ ଆଣି ବିସ୍ତାରକ ହିମାଦ୍ରୀ ଦଳତ୍ୟାଗ କରିଥିବା ସୂଚନା ଦେଇଛନ୍ତି । ବିଜେପି ଦଳରୁ ଏହିଭଳି ଜଣେ ଲଢୁଆ ବିଧାୟକ ପ୍ରାର୍ଥୀଙ୍କ ସହ ଦୁଇ ବିସ୍ତାରକ ଓ ଅନେକ ସମର୍ଥକ ଇସ୍ତଫା ଦେବା ନେଇ ବର୍ତ୍ତମାନ ଦଳପ୍ରତି ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏଥିସହ ଆଗାମୀ ଦିନରେ ଏହି ସମସ୍ତ କର୍ମୀ ସହ ସମର୍ଥକଙ୍କୁ ନେଇ ବିଜୁ ଜନତା ଦଳରେ ଯୋଗ ଦେବା ନେଇ ପୂର୍ବରୁ ଚର୍ଚ୍ଚା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.