Home ଜିଲ୍ଲା ପରିକ୍ରମା ଚର୍ଚ୍ଚାରେ ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟପନ୍ଥା, ମାଳମାଳ ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

ଚର୍ଚ୍ଚାରେ ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟପନ୍ଥା, ମାଳମାଳ ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

33

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାର ମାନବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଉକ୍ତ ବିଭାଗର ଅଧିକାରୀମାନେ ସରକାରଙ୍କ ନିର୍ଦ୍ଦେଶକୁ ମାନୁନଥିବାରୁ ସରକାରଙ୍କ ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ । ଗୋଷ୍ଠୀ ଶିକ୍ଷାଧିକାରୀ ଅଭିଯୋଗ କଲାପରେ ଅଭିଯୋଗର ସତ୍ୟାସତ୍ୟକୁ ତଦନ୍ତ କରି ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପରୋକ୍ଷରେ ସେମାନଙ୍କ ଦୋଷ ଦୁର୍ବଳତାରେ ଘଣ୍ଟଘୋଡ଼ାଇବାର ହୀନ ଚକ୍ରାନ୍ତ କରୁଥିବାର ଅଭିଯୋଗ ହେଉଛି । ସୂଚନା ଅଧିକାର ଆଇନ ଅନୁସାରେ ହସ୍ତଗତ ହୋଇଥିବା ମାଳମାଳ ଅଭିଯୋଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଉକ୍ତ ଅଭିଯୋଗ ପରେ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାପଡ଼ିଛି । ବ୍ଲକରେ କିଛି ଶିକ୍ଷକଙ୍କ ମୂଳ ଜାତି ଏସି ହୋଇଥିବା ବେଳେ ସେମାନେ ନିଜ ଜାତିକୁ ବିଭିନ୍ନ ଉପାୟରେ ଜାଲିଆତି କରି ଏସଟି କରିଥିବା ଜଣାପଡ଼ିବା ପରେ ଆରଡ଼ିସିଙ୍କ ତରଫରୁ ଏହାର ତଦନ୍ତ କରି ଜବାବ ପ୍ରଦାନ କରିବା ପାଇଁ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ହୋଇଥିବା ବେଳେ ଏହାର ତଦନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିଛି ।

ସେହିପରି ବାସସ୍ଥାନରେ ଜାଲିଆତି କରି ଚାକିରୀ କରି ଆସୁଥିବା ଜନୈକ ଶିକ୍ଷକଙ୍କ ସମସ୍ତ ଜାଲିଆତିର ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପରିବର୍ତ୍ତେ ତାଙ୍କୁ ପଦୋନ୍ନତି ଦେଇ ସେ ଚର୍ଚ୍ଚାରେ ଅଛନ୍ତି । ସେହିପରି ପୋଷାକ ଆବଣ୍ଟନକୁ ନେଇ ପରୋକ୍ଷରେ ତାଙ୍କ ସଂପୃକ୍ତି ତାଙ୍କ କାର୍ଯ୍ୟପନ୍ଥାକୁ ଚର୍ଚ୍ଚିତ କରିଛି । ଶିକ୍ଷାଧିକାରୀଙ୍କ ଅଧିନରେ ଶିକ୍ଷକତା କରୁଥିବା (୨୪ ଯୋଡ଼ା ) ଉଭୟ ସ୍ୱାମୀ ଓ ସ୍ତ୍ରୀ ସରକାରଙ୍କ ନିୟମକୁ ଉଲଂଘନ କରି ବର୍ଷ ବର୍ଷ ଧରି ସରକାରୀ ଅର୍ଥ (ଘର ଭଡ଼ା ବାବଦରେ) ହରିଲୁଟ କରି ଆସୁଥିବା ସୂଚନା ହସ୍ତଗତ ହେବା ପରେ କାର୍ଯ୍ୟନୁଷ୍ଠାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଉପରେ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଜଣାପଡ଼ିଛି । ଏହିପରି ଅନେକ ଅନିୟମିତତାର ସୂଚନା ସୂଚନା ଅଧିକାର ଆଇନ ଅନୁସାରେ ହସ୍ତଗତ ହୋଇଥିଲେ ସୁଦ୍ଧା ଶିକ୍ଷାଧିକାରୀଙ୍କ ଅସହଯୋଗ ଯୋଗୁଁ ଏହାର ପର୍ଦ୍ଦାଫାସ ହୋଇପାରୁ ନ ଥିବାରୁ ସରକାର ଶିକ୍ଷା ବିଭାଗରେ ସ୍ୱଚ୍ଛତା ଆଣିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛନ୍ତି । ତାହାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ ଅନୁଯାୟୀ ଅଭିଯୁକ୍ତଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶିକ୍ଷାବିତଙ୍କ ସମେତ ବୁଦ୍ଧିଜୀବୀମାନେ ଶିକ୍ଷାଧିକାରୀଙ୍କ ଠାରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.