Home ଉପ ନିର୍ବାଚନ ବିଜେପିର ମିଶ୍ରଣ ପର୍ବ : ଶତାଧିକ ସଂଖ୍ୟାଲଘୁ ମହିଳା-ପୁରୁଷଙ୍କୁ ଦଳରେ ସ୍ୱାଗତ

ବିଜେପିର ମିଶ୍ରଣ ପର୍ବ : ଶତାଧିକ ସଂଖ୍ୟାଲଘୁ ମହିଳା-ପୁରୁଷଙ୍କୁ ଦଳରେ ସ୍ୱାଗତ

61

ବାଲେଶ୍ୱର, ୨୯ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳରେ ନୂତନ କର୍ମୀ ଓ ସମର୍ଥକଙ୍କ ଯୋଗଦାନ ବାଲେଶ୍ୱରର ରାଜନୀତିକୁ ପ୍ରଭାବିତ କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଜେପିରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ସମର୍ଥକ ତଥା କର୍ମୀଙ୍କର ଆଜି ଯୋଗଦାନ ଦଳୀୟ କର୍ମକର୍ତ୍ତାଙ୍କ ସ୍ପୃହା ବୃଦ୍ଧିରେ ବେଶ୍ ସହାୟକ ହୋଇଛି। ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣମଣ୍ଡପରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଂଖ୍ୟାଲଘୁ ନେତା ସିକନ୍ଦର ଅଲ୍ଲି, ମୁଖ୍ୟ ସଚେତକ ମୋହନ ମାଝୀ, ଉମରକୋଟ୍ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଯୋଗଦେଇ ନବାଗତ ସଂଖ୍ୟାଲଘୁ କର୍ମୀ ଓ ସମର୍ଥକଙ୍କୁ ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରିଥିଲେ। ସମାଜର ସାର୍ବାଙ୍ଗୀନ ବିକାଶ ପାଇଁ ସବୁବର୍ଗର ଲୋକଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ତେବେ ନୂତନ ସଂଖ୍ୟାଲଘୁ କର୍ମୀଙ୍କ ବିଜେପିରେ ଯୋଗଦାନ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ବିଶେଷ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଅନ୍ୟଦଳମାନେ ସଂଖ୍ୟାଲଘୁଙ୍କୁ ନେଇ ଭୋଟବ୍ୟାଙ୍କ ସୃଷ୍ଟି କରୁଥିବା ବେଳେ କେବଳ ମୋଦି ସରକାରଙ୍କ ସମୟରେ ସେମାନଙ୍କର ଉନ୍ନତି ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ। ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରଂଜିତ୍ ପ୍ରଧାନଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇ ପାରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.