Home ଓଡ଼ିଶା ବିଜେପିରେ ସଦସ୍ୟତା ଗ୍ରହଣ କଲେ ବରିଷ୍ଠ ଆଇନଜିବୀ ସୌର ଚନ୍ଦ୍ର ମହାପାତ୍ର

ବିଜେପିରେ ସଦସ୍ୟତା ଗ୍ରହଣ କଲେ ବରିଷ୍ଠ ଆଇନଜିବୀ ସୌର ଚନ୍ଦ୍ର ମହାପାତ୍ର

192

କଟକ ୧୯/୦୮ (ଓଡ଼ିଆ ପୁଅ) ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଓ ବରିଷ୍ଠ ବିଜେପି ନେତା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦେଙ୍କ ଦ୍ୱାରା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜିବୀ ଶ୍ରୀଯୁକ୍ତ ସୌର ଚନ୍ଦ୍ର ମହାପାତ୍ର ସଦସ୍ୟତା ଗ୍ରହଣ କରିଛନ୍ତି। ସାସଂଦଙ୍କ କଟକ ଗସ୍ତରେ ସଦସ୍ୟତା ଅଭିଯାନ ସଂଗଠନ ପର୍ବର ଶୁଭାରମ୍ଭ କରିଥିଲେ ଏଥିସହ କଟକ ସହରର ବହୁ ବୁଦ୍ଧିଜୀବୀଙ୍କୁ ବିଜେପିର ସଦସ୍ୟତା କରାଇଥିଲେ। ଏହି କ୍ରମରେ ସେ ବରିଷ୍ଠ ଆଇନଜିବୀ ସୌର ଚନ୍ଦ୍ର ମହାପାତ୍ରଙ୍କ ବାସଭବନକୁ ଯାଇ ତାଙ୍କୁ ସଦସ୍ୟତା କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନଗର ଜିଲ୍ଲା ସଭାପତି ଶ୍ରୀ ଲକ୍ଷ୍ମୀଧର ପ୍ରଧାନ, ସଦସ୍ୟତା ଅଭିଯାନର ସହପ୍ରମୁଖ ଶ୍ରୀ ଦୟାନିଧି ଲେଙ୍କ, ମଣ୍ଡଳ ସଭାପତି ଶ୍ରୀ ଅକ୍ଷୟ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୀତାରାଣୀ ଦାସ, ଲଲାଟେନ୍ଦୁ ଦାସ, ପ୍ରଶାନ୍ତ ଦାଶ, ତୁଷାରକାନ୍ତ ଭୂୟାଁ, ସବ୍ୟଶାଚୀ କର, ରଞ୍ଜନ ସେଠୀ, ସାର୍ଥକ ରାୟ, ସ୍ୱରାଜ ଜେନା, ମହାବୀର ବେହେରା, ସତ୍ୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.