Home ଓଡ଼ିଶା ଆଦିବାସୀ ଯୁବକଙ୍କୁ ହତ୍ୟା! ପୁଲିସ ତଦନ୍ତ ଜାରି

ଆଦିବାସୀ ଯୁବକଙ୍କୁ ହତ୍ୟା! ପୁଲିସ ତଦନ୍ତ ଜାରି

237

ରାଉରକେଲା ୧୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ): ରାଉରକେଲାରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ! ଆଇଡ଼ିଏଲ ଫାଣ୍ଡି ଅନ୍ତର୍ଗତ ଟାଙ୍ଗରପାଲୀ ସମରାବସ୍ତିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ସମରାବସ୍ତିରେ ରହୁଥିବା ସୁଶୀଲ କୁମାର ଓରାମ(୨୫)କୁ କେହି ହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ ଆଇଡ଼ିଏଲ ଫାଣ୍ଡିରେ ମୃତ ଯୁବକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଟାଙ୍ଗରପାଲୀ ସମରାବସ୍ତି ଠାରୁ କିଛି ଦୂରରେ ଥିବା ମଶାଣି ବସ୍ତି ନିକଟରେ ଥିବା ପଡ଼ିଆରେ ଯୁବକଙ୍କ ରକ୍ତରଂଜିତ ଶବ ପଡ଼ିଥିବା ଆଜି ସକାଳେ ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସକୁ କବର ଦେଇଥିଲେ।

ସମରା ବସ୍ତିରେ ରହୁଥିବା ମାଙ୍ଗରା ଓରାମଙ୍କ ପୁତ୍ର ସୁଶୀଲ ଏକ ହିରୋହଣ୍ଡା ଗାଡ଼ି(ନଂ ଓଆର୧୪ଏଫ ୩୫୫୩)ରେ ଗତକାଲି ଅପରାହ୍ନରେ ଘରୁ କୌଣସି କାମରେ ବାହାରିଥିଲା। ଯୁବକଙ୍କ ଶବ ଠାରୁ ମୋଟର ସାଇକେଲ ୨୦୦ମିଟର ଦୂରରେ ପଡ଼ିଥିବା ଯୋଗୁ ଯୁବକ ଜଣଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନ କାଳରେ ଅନୁମାନ କରିଛି। ସାଇଟିଂଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.