Home ଓଡ଼ିଶା ବିଜେପିରେ ମିଶ୍ରଣଠୁ ବିଛେଦ ବଳି ଯାଉଛି ଜଟଣୀ ସମସ୍ୟା ନେଇ ବିଜେପିର ପ୍ରତିବାଦ, ଚେୟାରମ୍ୟାନ କଲେ...

ବିଜେପିରେ ମିଶ୍ରଣଠୁ ବିଛେଦ ବଳି ଯାଉଛି ଜଟଣୀ ସମସ୍ୟା ନେଇ ବିଜେପିର ପ୍ରତିବାଦ, ଚେୟାରମ୍ୟାନ କଲେ କାଉଣ୍ଟର

120

ଭୁବନେଶ୍ୱର;୨୬,୦୩,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ବିଜେପି ବିଜେଡି ଭିତରେ ମିଶ୍ରଣ ପ୍ରକ୍ରିୟା ଜୋରଦାର ଦେଖିବାକୁ ମିଳୁଥିବା ବେଳେ ବିଜେପିରେ କିନ୍ତୁ ବେଳେବେଳେ ମିଶ୍ରଣଠାରୁ ବିଛେଦ ବଳି ଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ।ଜଟଣୀର ବିଭିର୍ଣ୍ଣ ସମସ୍ୟା ନେଇ ବିଜେପି ପକ୍ଷରୁ ଜଟଣୀ ଥାନା ସମ୍ମୁଖରେ ଏକ ପ୍ରତିବାଦ ସଭା କରା ଯାଇଥିଲା।ତେବେ ବିଜେପି ପକ୍ଷରୁ କରାଯାଇଥିବା ବିଭିର୍ଣ୍ଣ ପ୍ରତିବାଦକୁ ଗୋଟି ଗୋଟି କରି ଖଣ୍ଡନ କରିଛନ୍ତି ବିଜେପି ଉପରେ ଅସନ୍ତୁଷ୍ଟ ହୋଇ ବିଜେପିଠାରୁ ଦୂରେଇ ରହିଥିବା ଜଟଣୀ ଚେୟାରମ୍ୟାନ ସଂଗ୍ରାମ କେଶରୀ ରାଉତରାୟ।

ବିଜେପୁର ନିର୍ବାଚନ ସମୟରେ ଘଟିଥିବା ହତ୍ୟା ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ସମ୍ୱଲପୁର ପୂର୍ବତନ ବିଧାୟକ ଜୟ ନରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦ ଏବଂ ସୋହେଲା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ସମେତ ଜଟଣୀରେ ପିଇବା ପାଣି ସମସ୍ୟା,ଡାକ୍ତରଖାନା ସମସ୍ୟା,ରାସନକାର୍ଡ ସମସ୍ୟା,ଓଭରବ୍ରିଜ ସମସ୍ୟା ଅଘୋଷିତ ବିଦ୍ୟୁତ କାଟ ଆଦି ନେଇ ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟଙ୍କ ନେତୃତ୍ୱରେ ଜଟଣୀ ଥାନା ସମ୍ମୁଖରେ ମୁହଁରେ କଳା ପଟି ବାନ୍ଧି ଏକ ପ୍ରତିବାଦ ସଭା କରାଯାଇଥିଲା।

ତେବେ ଏହି ସବୁ ପ୍ରତିବାଦକୁ ଜଟଣୀ ଚେୟାରମ୍ୟାନ ସଂଗ୍ରାମ କେଶରୀ ରାଉତରାୟ ଗୋଟି ଗୋଟି କରି ଖଣ୍ଡନ କରିଛନ୍ତି।କିନ୍ତୁ ଅପରପକ୍ଷରେ ଏହା ଶସ୍ତା ରାଜନୀତି କହି ଜଟଣୀରେ ସେମାନଙ୍କର ପରିଚୟ ନାହିଁ ବୋଲି ଆକ୍ଷେପ କରିଛନ୍ତି ଚେୟାରମ୍ୟାନ।ପାଣି ପାଇପ କାମ,ଓଭରବ୍ରିଜ କାମ ଆଦି ଚାଲିଥିବା ବେଳେ ରାସନକାର୍ଡ କ୍ଷେତ୍ରରେ ଥିବା ଅସୁବିଧା ପାଇଁ ଜିଲ୍ଲାପାଳ ଦାୟୀ,ତେଣୁ ଏ ପ୍ରସଙ୍ଗ ଜିଲ୍ଲାପାଳଙ୍କ ନିକଟରେ ଉଠାଇବା ଉଚିତ ବୋଲି ସେ କହିଛନ୍ତି।

ଏହା ସହ ସେ ବିଜେପି ଉପରେ ଆକ୍ଷେପ କରି କହିଛନ୍ତି ଯେ ଜଟଣୀରେ ବିଜେପି ଗୋଟିଏ ହେଲେ କାଉନସିଲର ଜିତି ପାରି ନଥିବା ବେଳେ ସେ ସ୍ୱାଧୀନ ଭାବରେ ଜିତି ଚେୟାରମ୍ୟାନ ହୋଇ ପାରିଥିଲେ।ଏବଂ ପରେ ବିଜେପିରେ ସାମିଲ ହେଲେ।ରାଜ୍ୟରେ ଏକ ମାତ୍ର ମୁନିସପାଲିଟ ଦଖଲ କରି ଜଟଣୀ ବିଜେପିର ସମ୍ମାନ ରଖିଥିଲା।କିନ୍ତୁ ବିଜେପି ଓଲଟି ଜଟଣୀ ସମ୍ମାନ ରଖିଲା ନାହିଁ।ସେ କହିଛନ୍ତି ଯେ ଦଳରେ ଥିବା ସମୟରେ ଜଟଣୀର ବିକାଶ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ୧୫୮ କୋଟି ୪୨ ଲକ୍ଷ ଟଙ୍କାର ପ୍ରୋଜେକ୍ଟ ରିପୋର୍ଟ ଦେଇଥିଲେ।କିନ୍ତୁ ତାହାର ଅଣଦେଖା କରାଗଲା। ଅମୃତ ଯୋଜନାରେ ଓଡ଼ିଶାର ୭ଟି ଅଞ୍ଚଳକୁ ସାମିଲ କରାଯାଇଥିବା ବେଳେ ଜଟଣୀକୁ ସେଥିରେ ସାମିଲ ନକରି ଜଟଣୀ ପ୍ରତି ଅବହେଳା କରାଯାଇଛି।ଜଟଣୀ ମାଟିରେ ଏପରି ହିନ ରାଜନୀତି କରୁଥିବା ନେତା ସେ ଯେ କୌଣସି ଦଳର ହୁଅନ୍ତୁ ନାଁ କାହିଁକି, ତାଙ୍କୁ ଜଟଣୀରେ ପ୍ରବେଶ କରାଇ ଦିଆଯିବ ନାହଁ ବୋଲି ସେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟଯେ, ଜଟଣୀରେ ବିଜେପି ଗୋଟିଏ ହେଲେ କାଉନସିଲର ଜିତି ପାରି ନଥିବା ବେଳେ ସଂଗ୍ରାମ ସ୍ୱାଧୀନ ଭାବରେ ଜିତି ଚେୟାରମ୍ୟାନ ହେବା ସହ ବିଜେପିରେ ସାମିଲ ହୋଇଥିଲେ।କିନ୍ତୁ ଜଟଣୀରେ ବିଜେପି କାର୍ଯ୍ୟାଳୟ କରିବା ଦାବିକୁ ଅଣଦେଖା କରିବା ସହ ଦଳର ବିଭିର୍ଣ୍ଣ କାମରେ ତାଙ୍କୁ ଅବହେଳା କରାଯିବା ନେଇ ସଂଗ୍ରାମ କିଛି ଦିନ ତଳେ ବିଜେପି ଦଳ ଛାଡ଼ିବା ନେଇ ଘୋଷଣା କରିଥିଲେ।ଏବେ ସେ ସ୍ୱାଧୀନ ହୋଇ ରହିଥିବା ବେଳେ ଜଟଣୀରେ ଥିବା ଜୟ ଜଟଣୀ ନାମକ ଏକ ଅନୁଷ୍ଠାନ ସହିତ ସେ ଏବେ ଜଡ଼ିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.