Home ଜିଲ୍ଲା ପରିକ୍ରମା କଳ୍ପନାଦେବୀ ଆବାସିକ ବିଜ୍ଞାନ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

କଳ୍ପନାଦେବୀ ଆବାସିକ ବିଜ୍ଞାନ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

26

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୋଟେଲଛକ ସ୍ଥିତ କଳ୍ପନାଦେବୀ ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚରମ୍ପା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବ୍ରଜକିଶୋର ବଳ, ମୁଖ୍ୟବକ୍ତା ଭାବେ ମନ୍ଦାରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର କୃପାସିନ୍ଧୁ ମହାନ୍ତି ଏବଂ କଳ୍ପନାଦେବୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ଆଇନ୍‌ଜୀବୀ ମହେଶ ଚନ୍ଦ୍ର ରାୟ, ସମ୍ମାନିତ ଅତିଥି ଭାବେନିର୍ଦ୍ଦେଶକ ଶଶିକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ନିଜର ଲକ୍ଷ୍ୟ ପୂରଣ ଦିଗରେ କଠିନ ପରିଶ୍ରମର ଆବଶ୍ୟକତା ଅଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସାମ୍ବାଦିକ ପ୍ରମୋଦ ରାୟ, ସ୍ମୃତିରଂଜନ ସାହୁ, ରବିନାରାୟଣ ଖିଲାର, ଚାରୁଦତ୍ତ ନାୟକ, ଜ୍ଞାନ ପାଣିଙ୍କ ଭଳି ସାମ୍ବାଦିକମାନଙ୍କ ସମେତ ନିହାର ରଂଜନ କରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ବିଶିଷ୍ଟ ଅଭିଭାବକ କରୁଣା ପଣ୍ଡା, ସୁଚିନ୍ତକ ଅଭିମନ୍ୟୁ ରାଉତ, ସନ୍ତୋଷ ପେରେଇ, ବଳରାମ ସେଠୀ, ମଧୁସୂଦନ ସେଠୀ ପ୍ରମୁଖଙ୍କୁ ମାନପତ୍ର ଦେଇ ଅଭ୍ୟର୍ଥନା କରାଯାଇଥିଲା । ଛାତ୍ରୀ କରିସ୍ମା ପଣ୍ଡାଙ୍କ ଚିତାକର୍ଷକ ସ୍ୱାଗତ ସଂଗୀତ ନୃତ୍ୟକୁ ଅତିଥିମାନେ ବେଶ୍ ପ୍ରଶଂସା କରିଥିଲେ । ଇଂରାଜୀ ଅଧ୍ୟାପକ ଗୌରାଙ୍ଗ ପେରେଇ ମଂଚ ପରିଚାଳନା କରିଥିବାବେଳେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.