Home ଉପ ନିର୍ବାଚନ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଅଣ୍ଟା ଭିଡ଼ିଲା ବିସିଜେଡି

ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଅଣ୍ଟା ଭିଡ଼ିଲା ବିସିଜେଡି

52

ବାଲେଶ୍ୱର, ୨୦ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନକୁ ଗୁରୁତ୍ୱ ଦେଇ ବିଜୁ ଛାତ୍ର ଜନତା ଦଳ(ବିସିଜେଡି) ପକ୍ଷରୁ ଏକ ଛାତ୍ର ସମ୍ମିଳନୀ ଓ ନିର୍ବାଚନୀ ସଭା ସ୍ଥାନୀୟ ସିଦ୍ଧି କଲ୍ୟାଣମଣ୍ଡପରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିମନ ଦାସମହାପାତ୍ର ଏଥିିରେ ଅଧ୍ୟକ୍ଷତା କରିବା ବାଲେଶ୍ୱର ସହରର ସର୍ବାଙ୍ଗୀନ ବିକାଶ ସହ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାବ୍ୟବସ୍ଥାର ଉନ୍ନତି ପାଇଁ ସଦର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ସମର୍ଥନ ଜଣାଇବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରଦାସ ମିଶ୍ର, ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, କୋରେଇର ପୂର୍ବତନ ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶ ଦାସ ନାୟକ, ଓଡିଶା କ୍ଷୁଦ୍ର ଶିଳ୍ପ ଉନ୍ନୟନ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ଛାତ୍ର ବ୍ୟାପାର ଦାୟିତ୍ୱରେ ଥିବା ବିଜେଡି ଯୁଗ୍ମ ସମ୍ପାଦକ ହରିଶଙ୍କର ରାଉତ ପ୍ରମୁଖ ଏଥିରେ ଯୋଗଦେଇ ଚଳିତ ଉପ-ନିର୍ବାଚନ ବିଜେଡି ପାଇଁ ସମ୍ମାନ ଓ ସ୍ୱାଭିମାନର ପ୍ରଶ୍ନ ହୋଇଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ କିପରି ଅଧିକ ଭୋଟ ମିଳିବ ସେନେଇ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ। ବିଜୁ ଛାତ୍ର ଜନତା ଦଳ ନଗର ସଭାପତି ବ୍ରଜ କିଶୋର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.