କୋରାପୁଟ; ତା୨୬-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ବିଜୁ ଜନତା ଦଳ ପକ୍ଷରୁ ୨୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ନିଶାଣୀମୁଣ୍ଡା ପଡିଆରେ ଜିଲା ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ରାଜ୍ୟସଭା ସାଂସଦ ତଥା ଅବିଭକ୍ତ କୋରାପୁଟ ଜିଲାର ମୁଖ୍ୟ ପର୍ଯ୍ୟବେକ୍ଷକ ସୌମ୍ୟ ରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରକାରର ଜନ ହୀତକାରୀ ଯୋଜନା ସମ୍ପର୍କରେ ଗ୍ରାମାଂଚଳରେ ପ୍ରଚାର ପ୍ରସାର କରିବାକୁ ମୁଖ୍ୟ ଅତିଥି କହିଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ଦଳ ଯେପରି କୋରାପୁଟ ଜିଲାର ସମସ୍ତ ୫ଟି ବିଧାନସଭା ଆସନ ହାତେଇବ ସେଥି ପାଇଁ କର୍ମୀ ଏବେ ଠାରୁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେବା ସହ ୨୦୧୯ ପାଇଁ ଦଳ ଆଜି ଠାରୁ ମହାସଂଗ୍ରାମ ଆରମ୍ଭ କରିଛି ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ସାଂସଦ ଝିନ୍ନ ହିକକା,ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ,ରଘୁରାମ ପଡାଲ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି, ଜିଲା ପରିଷଦ ଉପ-ସଭାନେତ୍ରୀ ତୁଳସୀ କିର୍ଷାନୀ,ବିଜେଡି ନେତା ରଘୁରାମ ମାଛ, ତ୍ରିନାଥ ପାତିକା,ତ୍ରିପୁରାରୀ ଗରଡା, ପଦ୍ମନାଭ ସେଠୀ,ଜିଲା ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ରୀତା ପାଣିଗ୍ରାହି,ଲିଲି ବୁରୁଡି ପ୍ରମୁଖ ଯୋଗ ଦେଇ ଦଳର ତୃଣମୂଳ ସଙ୍ଗଠନକୁ ମଜଭୁତ କରିବା ପାଇଁ ଉପସ୍ଥିତ କର୍ମୀଙ୍କୁ ଆହ୍ୱାନ ଦେଇଥିବାବେଳେ ଓଡିଶାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଂଚମ ଥର ସରକାର ଗଢିବାକୁ ସଙ୍କଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଉକôଳ ରଂଜନ ନାୟକ ପରିଚାଳନା କରିଥିବା ବେଳେ ଅଶ୍ୱୁିନୀ ସାହୁ , ଲଲାଟ ରଂଜନ ସେଠୀ , ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।