Home କୋରାପୁଟ ଜିଲା ବିଜେଡି ଅଫିସ୍ ଉଦଘାଟିତ

ଜିଲା ବିଜେଡି ଅଫିସ୍ ଉଦଘାଟିତ

405

କୋରାପୁଟ ; ତା୨୬-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହରର ପୂଜାରିପୁଟ ଷ୍ଟାଡିଅମ୍ ରାସ୍ତାରେ ବିଜୁ ଜନତା ଦଳର ଜିଲା ସ୍ତରୀୟ କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ଜିଲା ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । କୋରାପୁଟ ସାଂସଦ ଝିନ୍ନ ହିକକା,ରାଜ୍ୟ ଖଦୀବୋର୍ଡ ସଭାପତି ତେଜେଶ୍ୱର ପରିଡା,ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ,ରଘୁରାମ ପଡାଲଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ । ସୂଚନା ଥାଉକି, ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ଦିନ ଠାରୁ ବିଜେଡି ଛାଡିଥିବା ପୂର୍ବତନ ଜିଲା ସଭାପତି ଜୟରାମ ପାଙ୍ଗି ସେମିଲିଗୁଡାରେ ଜିଲା କାର୍ଯ୍ୟାଳୟ କରିଥିଲେ । ବର୍ତମାନ ଜିଲା କାର୍ଯ୍ୟଳୟକୁ ସଦର ମହକୁମାରେ ପ୍ରତିଷ୍ଠା କରା ଯାଇଥିବାରୁ ଦଳୀୟ କର୍ମୀ ଏବଂ ପଦାଧିକାରୀ ଜିଲା ସଭାପତି ଶ୍ରୀ ପାଣିଗ୍ରାହିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.