Home ଓଡ଼ିଶା ବିଜେଡିର ଜିଲ୍ଲାସ୍ତରୀୟ ସାଗଂଠନିକ ବୈଠକ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବିଜେଡିର ଜିଲ୍ଲାସ୍ତରୀୟ ସାଗଂଠନିକ ବୈଠକ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

112

ମାଲକାନଗିରି ,୬ା୮(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ବିଜେଡି ଦଳପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଦଳିୟ ସାଙ୍ଗଠନିକ ବୈଠକ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ରବାକା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ମୁଖ୍ୟଅତିଥି ଭାବେ ବିଜେଡି ରାଜ୍ୟ ସାଗଂଠାନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି ଦାସ),ସମ୍ମାନିତ ଅତିଥି ଭାବେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ବିଜେଡି ବରିଷ୍ଟନେତା ଚନ୍ଦ୍ରସାରଥି ବେହେରା,ରଘୁରାମ ପଡାଲ,ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ପ୍ରମୁଖ ଯୋଗ ଦେଇ ଦଳିୟ ସାଂଗଠାନିକ କାର୍ଯ୍ୟପ୍ରତି ଗୁରୁତ୍ୱ ଦେବାସହିତ ଦଳିୟ ସମସ୍ତ୍ କର୍ମୀଙ୍କୁ ପ୍ରଧାନ୍ୟ ଦେଇ ଆଗାମି ନିର୍ବାଚନରେ ବୁପୁଳ ସଂଖ୍ୟାରେ ବିଜେଡି ଦଳ ଯେପରି ବୀଜୟ ହାସଲକରିବେ ସେନେଇ ଦଳିୟ ନେତା ଓ କର୍ମିଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ବ୍ଲକସ୍ତରୀୟ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ଅବସରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବିଜୁଜନତା ଦଳ ପକ୍ଷରୁ ବରିଷ୍ଟ ନେତା ପ୍ରଣବ ପ୍ରକାଶ ଦାସ ଙ୍କ ସହିତ ଅନ୍ୟାନ ଅତିଥି ମାନେ ବୃକ୍ଷରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.