Home Top News ବିଜୁ ମହିଳା ଜନତା ଦଳ: ବନ୍ଦିତା (ଜ଼ିଲ୍ଲା ସଭାପତି), କବିତା, ସିପ୍ରା ଓ଼ ଉଷା (ରାଜ୍ୟ...

ବିଜୁ ମହିଳା ଜନତା ଦଳ: ବନ୍ଦିତା (ଜ଼ିଲ୍ଲା ସଭାପତି), କବିତା, ସିପ୍ରା ଓ଼ ଉଷା (ରାଜ୍ୟ ଉପସଭାପତି), କଳ୍ପନା ଓ଼ ରାଜଲଷ୍ମୀ (ରାଜ୍ୟ ସମ୍ପାଦକ) ଏବଂ ସବିତା ଙ୍କୁ ଜୋନ୍ ସଭାପତି ନିଯୁକ୍ତି

110

– କୁଚିଣ୍ଡା, ରେଙ୍ଗାଲି ଓ଼ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ ଶୂନ୍

ସମ୍ବଲପୁର, ୨୭/୦୬ (ଓଡ଼ିଆ ପୁଅ/ସରୋଜ ସାହୁ): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି। ଗତକାଲି ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଆଜି ବିଜୁ ମହିଳା ଜନତା ଦଳର ପଦାଧିକାରୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟ ସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣ, କାର୍ଯ୍ୟକାରୀ ସଭାପତି ୩ ଜଣ, ଜଣେ ମହାସଚିବ, ଜଣେ କୋଷାଧକ୍ଷ, ସାମାଜିକ ଗଣମାଧ୍ୟମ ପାଇଁ ଜଣଙ୍କୁ ଦାୟିତ୍ବ ଦିଆଯାଇଛି। ୭ ଜଣ ଜୋନ୍ ସଭାପତି, ୯ ଜଣ ବରିଷ୍ଠ ଉପସଭାପତି, ୨୭ ଜଣ ଉପସଭାତି, ୩୫ଜଣ ସାଧାରଣ ସମ୍ପାଦକ, ୩୬ ଜଣ ସମ୍ପାଦକ, ୨୮ ଜଣ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି। ୩୩ ଟି ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲା ସଭାପତି ମଧ୍ୟ ନିଯୁକ୍ତ ହୋଇଛନ୍ତି।

ଏହି ମର୍ମ ରେ ବିଜୁ ମହିଳା ଜନତା ଦଳର ସମ୍ବଲପୁର ଜ଼ିଲ୍ଲା ସଭାପତି ଭାବେ ବିଜେଡି ନେତ୍ରୀ ବନ୍ଦିତା ରାଣୀ ମିଶ୍ର ଙ୍କୁ ନିଯୁକ୍ତି ମିଳିଛି। ଠିକ୍ ସେହିପରି ବରିଷ୍ଠ ବିଜେଡି ନେତ୍ରୀ କବିତା ପୁରୋହିତ, ସିପ୍ରା ମହାନ୍ତି ଏବଂ ଉଷା ପ୍ରଧାନ ଙ୍କୁ ରାଜ୍ୟ ଉପସଭାପତି ଭାବେ ନିଯୁକ୍ତି ମିଳିଥିବା ବେଳେ ରାଜଲଷ୍ମୀ ପ୍ରଧାନ ଏବଂ କଳ୍ପନା ମିଶ୍ର ଙ୍କୁ ରାଜ୍ୟ ସମ୍ପାଦକ ପଦବୀ ରେ ନିଯୁକ୍ତି ମିଳିଛି। ସବିତା ଆଚାର୍ଯ୍ୟ ଙ୍କୁ ଜୋନ ସଭାପତି ନିଯୁକ୍ତି ମିଳିଛି। ତେବେ ଘୋଷଣା କରାଯାଇଥିବା ବିଜୁ ମହିଳା ଜନତା ଦଳ ରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଏହି ୭ ଜଣଙ୍କ ନାମ କୁ ବାଦ ଦେଲେ ଜ଼ିଲ୍ଲା ର କୁଚିଣ୍ଡା, ରେଙ୍ଗାଲି ଏବଂ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ କାହାରି ଜଣଙ୍କ ମଧ୍ୟ ନାମ ରହି ନ ଥିବା ଦେଖାଯାଇଛି। ଜ଼ିଲ୍ଲା ର ଗୋଟିଏ ନିର୍ବାଚନ ମଣ୍ଡଳୀ ରୁ ଏତେ ଜଣଙ୍କ ନାମ ଘୋଷଣା କରିବା ଏବଂ ଅନ୍ୟ ନିର୍ବାଚନ ମଣ୍ଡଳୀ ର ପ୍ରତିନିଧିତ୍ୱ କୁ ଶୂନ କରିଦେବା କୁ ନେଇ ଆଗାମୀ ପଂଚାୟତ ନିର୍ବାଚନ ନେଇ ବିଜେଡି ର ଏହା କେଉଁ ପ୍ରକାର ସଜବାଜ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.