Home ଓଡ଼ିଶା ନାବାଳିକା ଶୁଭଶ୍ରୀ ଅପହରଣ ର ୧୩ ଦିନ ପରେ ବି ପୋଲିସ ର ହାତ ଖାଲି

ନାବାଳିକା ଶୁଭଶ୍ରୀ ଅପହରଣ ର ୧୩ ଦିନ ପରେ ବି ପୋଲିସ ର ହାତ ଖାଲି

94

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୬- ନୟାଗଡ ଜିଲ୍ଲା ରଣପୁର ଥାନା ଗୋପିନାଥପୁର ଗ୍ରାମ ରୁ ଜଣେ ନାବାଳିକା ଅପହରଣ ର ୧୫ ଦିନ ପୁରିଥିଲେ ମଧ୍ୟ ପୋଲିସ ଏଯାଏଁ ନାବାଳିକା କୁ ଉଦ୍ଧାର କରିପାରିନି କି ଅପହରଣକାରୀ ଙ୍କୁ ଗିରଫ କରିପାରିନି । ରଣପୁର ଥାନା ରେ ଏକ ଅପହରଣ ଜନିତ ମାମଲା ରୁଜୁ କରି ଚୁପ୍ ହୋଇ ବସିଥିବା ଅଭିଯୋଗ ହେଉଛି । ଘଟଣାରୁ ପ୍ରକାଶ ନୟାଗଡ ଜିଲ୍ଲା ସଦରଥାନା ଗୋବିନ୍ଦପୁର ଗ୍ରାମ ର ସ୍ୱର୍ଣ୍ଣଲତା ସାହୁଙ୍କ ଝିଅ ଶୁଭଶ୍ରୀ ସାହୁ ନୟାଗଡ ଜିଲ୍ଲା ରଣପୁରଥାନା ଦର୍ପନାରାୟଣପୁର ଫାଣ୍ଡି ଗୋପିନାଥପୁର ଗ୍ରାମ ରେ ତା ଅଜା ବାଇଧର ସାହୁଙ୍କ ଘରେ ରହି ଦର୍ପନାରାୟଣପୁର କଲେଜ ରେ ପାଠ ପଢୁଥିଲା । ଗତ ୧୪/୦୬/୨୦୨୧ ତାରିଖ ରେ ଗୋପିନାଥପୁର ଗ୍ରାମ ର ରାତ୍ର ୧ ଘଟିକା ସମୟରେ ଦୁର୍ଯ୍ୟୋଧନ ସ୍ୱାଇଁ ଙ୍କ ପୁଅ ବିପିନ୍ କୁମାର ସ୍ୱାଇଁ କେଉଁ ଆଡେ ଅପହରଣ କରି ନେଇଥିବା ରଣପୁର ଥାନା ରେ ନାବାଳିକା ଶୁଭଶ୍ରୀ ସାହୁ  ର ଅଜା ବାଇଧର ସାହୁ ଲିଖିତ ଅଭିଯୋଗ କରିଛନ୍ତି । ଏ ସର୍ମ୍ପକେ ବାଇଧର ସାହୁ ଗ୍ରାମ ରେ ଜଣାଇବା ପରେ ବିପିନ୍ ସାହୁ ଙ୍କ ଦାଦା ଅନ୍ତର୍ଯ୍ୟାମୀ ସ୍ୱାଇଁ ନାବାଳିକା ଶୁଭଶ୍ରୀ କୁ ଗୋଟିଏ ଦିନ ଭିତରେ ଫେରାଇ ଦେବେ ବୋଲି କହିଥିଲେ । କିନ୍ତୁ ଏ ଯାଏଁ ଫେରାଇଲେ ନାହିଁ ।

ଅଭିଯୋଗକାରୀ ବାଇଧର ସାହୁ ଓ ଅପହୃତା ନାବାଳିକା ର ମା ସ୍ୱର୍ଣ୍ଣଲତା ସାହୁ ରଣପୁର ଥାନା କୁ ଦଉଡି ଦଉଡି ହତାସ ହୋଇ ଗଲେଣି । କେବଳ ପୋଲିସ ଖୋଜୁଛି ବୋଲି କହୁଛି । ସ୍ୱର୍ଣ୍ଣଲତା ସାହୁ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି ଯେ ପୋଲିସ କୁ ଅପହରଣକାରୀ ଅପହରଣ ରେ ସାହାଯ୍ୟ କରିଥିବା ବ୍ୟକ୍ତି ଓ ଅପହରଣ ରେ ବ୍ୟବହୃତ ଗାଡି ର ନମ୍ବର ଦେଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରୁନାହିଁ । ଅପହରଣ ମାମଲା ର ତଦନ୍ତ କରୁଥିବା ପୋଲିସ ଅତିରିକ୍ତ ସବ୍ ଇନିସ୍ପେକ୍ଟର ଲିଟି ବେହେରା ଙ୍କ ନାମରେ ଏବେ ଦୁର୍ନିତୀ ନିବାରଣ ବିଭାଗ ତରଫରୁ ମାମଲା ଚାଲିଛି । ସରକାରୀ ନିୟମ ଅନୁଯାଇ ଜଣେ ଦୁର୍ନିତୀ ଅଭିଯୁକ୍ତ ଅଧିକାରୀ କୈାଣସି ମାମଲା ର ତଦନ୍ତ କରିବା କଥା ନୁହଁ । ସେ ଅଭିଯୁକ୍ତ ଓ ଅଭିଯୁକ୍ତ ଙ୍କୁ ସହଯୋଗ କରିଥିବା ଲୋକଙ୍କ ସହ ହାତ ମେଳାଇଥିବା ଅଭିଯୋଗ ଆଣିଛନ୍ତି । ଏବଂ କହିଛନ୍ତି ଯେ ତାଙ୍କର ନାବାଳିକା କନ୍ୟା କୁ ତୁରନ୍ତ ଉଦ୍ଧାର କରିବା ସହ ଅପହରଣକାରୀ ଙ୍କୁ ଗିରଫ କରାନ ଗଲେ ସେ ରଣପୁର ଥାନା ଆଗରେ ଧାରଣା ଦେବେ । ଏ ସର୍ମ୍ପକେ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ତଦନ୍ତ ଚାଲିଛି ଖୁବଶିଘ୍ର ନାବାଳିକା ଶୁଭଶ୍ରୀ କୁ ଉଦ୍ଧାର କରାଯିବା ସହ ଅପହର୍ତ୍ତା ଓ ସହଯୋଗୀ ଙ୍କୁ ଖୁବଶିଘ୍ର ଗିରଫ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.