Home ଉପ ନିର୍ବାଚନ ବିଜୁ ମହିଳା ଜନତା ଦଳର ବିଶାଳ ଶୋଭାଯାତ୍ରା

ବିଜୁ ମହିଳା ଜନତା ଦଳର ବିଶାଳ ଶୋଭାଯାତ୍ରା

29

ବାଲେଶ୍ୱର, ୩୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ଉପ-ନିର୍ବାଚନରେ ଦଳୀୟ ଟିକେଟ୍ ନ ପାଇଥିଲେ ବି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିଜୟ ପାଇଁ ବାଲେଶ୍ୱରର ଜେନା ପରିବାରଙ୍କ ପକ୍ଷରୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରହିଛି। ଦଳର ସମ୍ମାନ ରକ୍ଷା ପାଇଁ ବିଜେଡି ଜିଲ୍ଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ପ୍ରଚାର କାର୍ଯ୍ୟକୁ ଆଗେଇ ନେଇ ଚାଲିଥିବା ବେଳେ ସହଧର୍ମିଣୀ ସମାଜସେବୀ ସୁବାସିନୀ ଜେନା ବି ଏଥିରୁ ବାଦ୍ ପଡ଼ି ନାହାନ୍ତି। ବିଜେଡିର ମହିଳା ମହିଳା ସଂଗଠନକୁ ସକ୍ରିୟ କରିବା ସହିତ ଜନସାଧାରଣରେ ଦଳ ସପକ୍ଷରେ ସମର୍ଥନ ବୃଦ୍ଧି ପାଇଁ ସେ ମଧ୍ୟ ରୀତିମତ କସରତ୍ କରି ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ଜେନାଙ୍କ ନେତୃତ୍ୱରେ ବିଜୁ ମହିଳା ଜନତା ଦଳର ଏକ ବିଶାଳ ଶୋଭାଯାତ୍ରା ଆଜି ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା। ଓଟିରୋଡ଼୍ସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟରୁ ଏହି ସ୍କୁଟି ର୍ୟାଲି ବାହାରି ଷ୍ଟେସନଛକ, ଫକୀର ମୋହନ ଗୋଲେଇ ଫାଣ୍ଡିଛକ, କଚେରିବଜାର, ସିନେମାଛକ, ମୋତିଗଞ୍ଜ ଦେଇ ସମ୍ପୂର୍ଣ୍ଣ ବାଲେଶ୍ୱର ସହର ପରିକ୍ରମା କରିଥିଲା। ଶ୍ରୀମତୀ ଜେନାଙ୍କ ସମେତ ରାଜ୍ୟ ବିଜୁ ଯୁବ ଜନତା ଦଳର ମହାସଚିବ ଏଲିନା ଦାସ, ଟାଉନ ବିଜେଡି ମହିଳା ସଭାପତି ରଂଜିତା ମହାପାତ୍ର, ବିଜେଡି ଜିଲ୍ଲା ସଭାପତି ଶ୍ରୀ ଜେନା, ରାଜ୍ୟ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଶୋଭାଯାତ୍ରାକୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.