Home କେନ୍ଦ୍ରାପଡ଼ା ବିଜୁ ଜନତା ଦଳ ପକ୍ଷରୁ ୮ନମ୍ବର ୱାର୍ଡରେ କରୋନା ସଚେତନତା ଓ ମାସ୍କ ବଂଟନ

ବିଜୁ ଜନତା ଦଳ ପକ୍ଷରୁ ୮ନମ୍ବର ୱାର୍ଡରେ କରୋନା ସଚେତନତା ଓ ମାସ୍କ ବଂଟନ

118

କେନ୍ଦ୍ରାପଡା ୨୧/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୮ନମ୍ବର ୱାର୍ଡର ମନକରପୁର ଗ୍ରାମର ଭୋଇସାହି ଓ ବସ୍ତି ଅଚଂଳରେ ବିଜୁ ଜନତାଦଳ ପକ୍ଷରୁ ଦଳର ରାଜ୍ୟ ମହିଳା ଉପ ସଭାନେତ୍ରୀ ରୋସ୍ôନା ସାହୁ, ମହିଳା ୱାର୍ଡ ସମ୍ପାଦିକା ମମତା ସେଠୀ ଓ ସଭାନେତ୍ରୀ ତାରୁନ ବିବିଙ୍କ ସହିତ ବିଜୁ ଜନତା ଦଳର ୮ନମ୍ବର ୱାର୍ଡ ସଭାପତି ତଥା ସମାଜସେବୀ ଗୋଲଖ ଚନ୍ଦ୍ର ପଢିଆରୀ ପ୍ରମୁଖ ସମଦୂରତା ରକ୍ଷାକରି ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରିଥିଲେ। ଲୋକମାନଙ୍କୁ ବିନା ଆବଶ୍ୟକରେ ଘରୁ ନବାହାରିବା, ସାବୁନରେ ବାରମ୍ବାର ହାତ ଧୋଇବା ଓ ଘରୁ ପଦାକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ଲୋକମାନଙ୍କୁ ଘରେ ଘରେ ବୁଲି ମାସ୍କ ବଂଟନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.