Home Coronavirus Outbreak କରୋନା କଲ ସେଂଟରରେ ୧୬ହଜାର ୮ଶହ କଲ ରିସିଭ

କରୋନା କଲ ସେଂଟରରେ ୧୬ହଜାର ୮ଶହ କଲ ରିସିଭ

151

କେନ୍ଦ୍ରାପଡା ୨୧/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ କୋଭିଡ-୧୯ ଉପଲକ୍ଷେ ଚାଲୁଥିବା କରୋନା କଲ ସେଂଟର ପକ୍ଷରୁ ବାହାରୁ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ଲୋକମାନଙ୍କୁ ଆଜି ସୁଧା ପ୍ରାୟ ୧୬ହଜାର ୮ଶହ କଲ ଏହି ସେଂଟରରୁ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ ଏହି କଲ ସେଂଟରରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଥିବା ବେଳେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ଜନସ୍ୱାସ୍ଥ୍ୟ) ଡା. ମିର୍ଜା ବାବର ବେଗଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ୨୫ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଜିଲ୍ଲାର ୧୧ହଜାର ୨୯୩ ଜଣ ଲୋକ ଆଇସୋଲେସନରେ ରହିଛନ୍ତି। ବିଦେଶରୁ ଆସିଥିବା ୫୯୦ଜଣ ଲୋକଙ୍କ ମଧ୍ୟରୁ ଶତକଡା ୫୦ଭାଗ ଲୋକଙ୍କର ୧୪ଦିନିଆ ଓ ୨୮ ଦିନିଆ ଆଇସୋଲେସନ ଅବଧି ଶେଷ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟ ବାହାରୁ ଆସିଥିବା ୮ହଜାର ୯ଶହ୯ଜଣଙ୍କୁ ପଞ୍ଜିକୃତ କରାଯାଇଛି। ପୂର୍ବରୁ ଜିଲ୍ଲାରୁ ୬୯୮ଟି ସ୍କ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରବିବାର ଆଉ ୫୨ଟି ସ୍କ୍ୱାବ ପରୀକ୍ଷା ପାଇଁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.