Home ଜିଲ୍ଲା ପରିକ୍ରମା ବିଛଣାରେ ରୋଜଗାରିଆ ପୁଅ – ଚିକିତ୍ସା ପାଇଁ ପ୍ରଶାସନ ସହଯୋଗର ହାତ ବଢ଼ାଇଲା – ଚିକିତ୍ସା...

ବିଛଣାରେ ରୋଜଗାରିଆ ପୁଅ – ଚିକିତ୍ସା ପାଇଁ ପ୍ରଶାସନ ସହଯୋଗର ହାତ ବଢ଼ାଇଲା – ଚିକିତ୍ସା ପାଇଁ ପ୍ରଶାସନ ସହଯୋଗର ହାତ ବଢ଼ାଇଲା

69

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୯ବର୍ଷର ଯୁବକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚରମ୍ପା ନିକଟବର୍ତ୍ତୀ ଚନୁଟି ଗ୍ରାମର ଲକ୍ଷ୍ମୀଧର ସାମଲ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। କିନ୍ତୁ ଏବେ ସେ ଶଯ୍ୟାଶାୟୀ। ତାଙ୍କର ଦୁଇଟିଯାକ କିଡନି ଅଚଳ ହୋଇ ପଡ଼ିଛି। ବର୍ତ୍ତମାନ ସମୟରେ ପରିବାର ଚଳାଇବାର ବୋଝ ସହିତ ଲକ୍ଷ୍ମୀଧରଙ୍କ ବ୍ୟୟବହୁଳ ଚିକିତ୍ସା ପ୍ରକ୍ରିୟା ପରିବାର ପାଇଁ ମୁଖ୍ୟ ସମସ୍ୟା ହୋଇଛି। ଲକ୍ଷ୍ମୀଧରଙ୍କ ପରିବାର କହିଲେ ବୃଦ୍ଧ ବାପା, ମା’ ଓ ଗୋଟିଏ ଭଉଣୀ। ୮ମାସ ପୂର୍ବେ ହଠାତ୍ ଲକ୍ଷ୍ମୀଧର ଅସୁସ୍ଥ ହୋଇ ପଡ଼ିଲେ। ବୃଦ୍ଧ ବାପା ପୁତ୍ରକୁ ନେଇ ଡାକ୍ତରଙ୍କ ନିକଟକୁୂ ଗଲେ। ପରାମର୍ଶ ସମୟରେ ଜାଣିବାକୁ ପାଇଲେ ପୁତ୍ରର ୨ଟିଯାକ କିଡ଼ନି ନଷ୍ଟ ହୋଇଯାଇଛି। ସେହି ଦିନଠାରୁ ପୁତ୍ରର ଜୀବନ ବଞ୍ଚାଇବାକୁ ଉଦ୍ୟମ ଜାରୀ ରଖିଛନ୍ତି ପରିବାର ଲୋକେ। ପୁଅ ଶଯ୍ୟାଶାୟୀ ହେବା ପରେ ଏବେ ବୃଦ୍ଧ ପିତା ଓ ମାତାଙ୍କ ଉପରେ ପରିବାରର ବୋଝ। ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରତ୍ୟେକ ସପ୍ତାହରେ ପୁତ୍ରର ୨ଥର ଡାଏଲିସିସ ଚାଲିଛି। ସପ୍ତାହକୁ ଖର୍ଚ୍ଚ ୫ହଜାରରୁ ଉର୍ଦ୍ଧ୍ୱ। ଗୋଟେ ପଟେ ପରିବାର ବୋଝ ଓ ଅନ୍ୟ ପଟେ ପୁତ୍ରର ଚିକିତ୍ସା ପାଇଁ ପରିବାର ଏବେ ପୁରା ଭାଙ୍ଗି ପଡ଼ିଛି। ତେଣୁ ପୁତ୍ରର ଚିକିତ୍ସା ନିମନ୍ତେ ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ସାହାଯ୍ୟ ଭିକ୍ଷା କରିଛନ୍ତି ବୃଦ୍ଧ ମା’। ଏହାବ୍ୟତୀତ ସହୃଦୟ ବ୍ୟକ୍ତିବିଶେଷଙ୍କ ଆର୍ଥୀକ ସହଯୋଗ ମଧ୍ୟ କାମନା କରିଛନ୍ତି ଯାହାକି ତାଙ୍କ ପରିବାରେ ପୁଣି ଖୁସୀ ଫେରାଇ ଆଣି ପାରିବ। ତେବେ ଲକ୍ଷ୍ମୀଧରଙ୍କର ଏପରି ଅବସ୍ଥା ସମ୍ପର୍କରେ ଚରମ୍ପା ଅଞ୍ଚଳର ଜନୈକ ସାମ୍ବାଦିକ ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ଟ୍ୟୁଟ୍ କରି ଅବଗତ କରିଥିଲେ। ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧରଙ୍କ ଘରେ ପହଞ୍ଚି ତାଙ୍କ ପରିବାରକୁ କିପ୍ରକାର ସରକାରୀ ସହାୟତା ମିଳୁଛି ତାହାର ଯାଞ୍ଚ କରିଥିଲେ। ପରେ ସେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ତୁରନ୍ତ ୨୦ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ସୁପାରିଶ କରିଛନ୍ତି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଲକ୍ଷ୍ମୀଧରଙ୍କ ଘରେ ଆଜି ପହଞ୍ଚିଛନ୍ତି। ଲକ୍ଷ୍ମୀଧରଙ୍କ ସମସ୍ତ ରିପୋର୍ଟ ଦେଖିବା ପରେ ତାଙ୍କର ଚିକିତ୍ସା ପାଇଁ କିପ୍ରକାର ବ୍ୟବସ୍ଥା କରାଯାଇ ପାରିବ ସେସମ୍ପର୍କରେ ଅନୁଧ୍ୟାନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି। ସମସ୍ତ ରିପୋର୍ଟ ଆଧାରରେ ଜିଲ୍ଳାପାଳ ଡ- ଜ୍ଞାନ ଦାସ କଟକ ପରିବର୍ତ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲକ୍ଷ୍ମୀଧରଙ୍କ ଡାଏଲିସିସ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.