Home ଓଡ଼ିଶା ବିଚ୍ଛିନ୍ନଗ୍ରାମ ଇଚ୍ଛାପୁର ସେତୁ ରଣପୁର ବିଧାୟକଙ୍କ ଦ୍ୱାରା ଉଦଘାଟନ

ବିଚ୍ଛିନ୍ନଗ୍ରାମ ଇଚ୍ଛାପୁର ସେତୁ ରଣପୁର ବିଧାୟକଙ୍କ ଦ୍ୱାରା ଉଦଘାଟନ

38

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୧- ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମପଞ୍ଚାୟତ ୨୦ ନଂ ୱାର୍ଡ ଇଚ୍ଛାପୁର ଗ୍ରାମ ସ୍ୱାଧିନତାର ଏତେ ବର୍ଷ ପରେ ବି ଗ୍ରାମପଞ୍ଚାୟତ ଠାରୁ ବିଚ୍ଛିନ୍ନ ରହିଥିଲା । ଗ୍ରାମବାସୀ ମାନେ  ମନ୍ଦାକିନୀ ନଦୀ ପାରହୋଇ ହଂସରା ଗ୍ରାମପଞ୍ଚାୟତ ଦେଇ ବ୍ରଜରାଜପୁର ଗ୍ରାମପଞ୍ଚାୟତ କୁ  ଆସିଥାନ୍ତି । ବର୍ଷାଦିନେ ନଦୀରେ ପାଣି ଆସିବା ସମୟରେ ଛାତ୍ର ଛାତ୍ରୀ ମାନେ ଶିକ୍ଷା ଅଧ୍ୟୟନରୁ ବଂଚିତ ହୋଇଥାନ୍ତି । ପ୍ରସୂତି ନାରୀ ମାନଙ୍କ କଥା ନକହିବା ଭଲ  । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୧ କୋଟି ୩ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ମନ୍ଦାକିନୀ ସେତୁ ସହ ରାସ୍ତା ନିର୍ମାଣ ଶେଷ ହେବା ପରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଜାନୁଆରୀ ୭ ତାରିଖ ଅପରାହ୍ନରେ ଉଦଘାଟନ କରିଥିବା ଜଣାପଡିଛି । ଯାହାଫଳରେ  ଗ୍ରାମବାସୀଙ୍କର  ଦୁଃଖ ମେଣ୍ଟିଥିବା ଯୋଗୁଁ ଆନନ୍ଦ ଲହରି ଖେଳି ଯାଇଛି ।

ବିଧାୟକଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଅମ୍ବରୀଶ ଆଚାର୍ଯ୍ୟ, ରଣପୁର ବ୍ଲକ ପୁର୍ବତନ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ,  ସମିତି ସଭ୍ୟ ତପନ ପଟ୍ଟନାୟକ , ସରପଞ୍ଚ ସୁକାନ୍ତ ସାମନ୍ତରାୟଙ୍କ  ସହ ବହୁ କର୍ମୀ ଓ ଗ୍ରାମବାସୀ ଯୋଗ ଦେଇଥିଲେ । ଏଥିସହ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବ୍ରଜରାଜପୁର ରୂପାନ୍ତରଣ କାର୍ଯ୍ୟପାଇଁ ଶିଳାନ୍ୟାସ , ବାଙ୍କପୁର , ଶ୍ୟମଘନପୁର , ହିଞ୍ଜଳଗାଡିଆ ଅଙ୍ଗନାବାଡି ଗୃହ ଓ ଆମଗାଁ ଆମ ବିକାଶ ଗୃହ ଉଦଘାଟନ । ବ୍ରଜରାଜପୁରେ ରାତ୍ରୀକାଳୀନ ଭଲି ଖେଳ ଉଦଘାଟନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.