Home ଓଡ଼ିଶା ଅଟୋ ଡ୍ରାଇଭରଙ୍କ ଆକ୍ରମଣ ନେଇ ଥାନାରେ ଅଭିଯୋଗ

ଅଟୋ ଡ୍ରାଇଭରଙ୍କ ଆକ୍ରମଣ ନେଇ ଥାନାରେ ଅଭିଯୋଗ

46

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୧- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଜେଲ ଛକରେ ଜାନୁଆରୀ ୭ ତାରିଖ ଅପରାହ୍ନ ୪ ଟା ସମୟରେ ଜଣେ ଅଟୋ ଡ୍ରାଇଭର ଜଳଖିଆ ଦୋକାନୀ ପ୍ରଶାନ୍ତ ପରିଡା ଙ୍କୁ ମରଣାନ୍ତକ ଆକ୍ରମଣ କରିବା ନେଇ ରଣପୁର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଆହାତ ଜଳଖିଆ ଦୋକାନୀ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଅପରାହ୍ନ ୪ ଟା ସମୟରେ ମଙ୍ଗରାଜପୁର ଗ୍ରାମର ଅଟୋ ଡ୍ରାଇଭର ଆଷିଶ୍ କୁମାର ପ୍ରଧାନ ଜଳଖିଆ ଦୋକାନୀକୁ ଧଳା ଜହର ଖାଇବା ପାଇଁ ୬ଶହ ଟଙ୍କା ମାଗିଥିଲେ ।

ଦୋକାନୀ ଟଙ୍କା ନଦେବାରୁ ତାଙ୍କୁ ଆକ୍ରମଣ କରିବା ସହ ବିକ୍ରି କରିବାକୁ ରଖିଥିବା ଜଳଖିଆ ଫିଙ୍ଗାଫୋପଡା କରିଛନ୍ତି । ଦୋକାନୀ ମହାବୀର ବଣିକ ସଂଘର ବ୍ୟବସାୟୀ ଭାଇ ମାନଙ୍କୁ ଜଣାଇବା ସମୟରେ ଦୋକାନ କ୍ୟାସ ବାକ୍ସରୁ ଦିନଯାକ ବ୍ୟବସାୟ କରିଥିବା ୧୮ ଶହ ଟଙ୍କାକୁ ଲୁଟିନେଇ ନିଜ ଅଟୋରେ ଦୃତଗତିରେ ପଳାଇ ଯାଇଛନ୍ତି । ଦୃତଗତିରେ ଯିବା ସମୟରେ ଅଟୋଧକ୍କାରେ ୨ ଜଣ ବୃଦ୍ଧ ବୃଦ୍ଧା ଆହାତ ହୋଇଥିବା ଜଣାପଡିଛି । ଅଭିଯୋଗ ପାଇ ରଣପୁର ପୋଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ କୁ ଖୋଜୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.