Home କେନ୍ଦ୍ରାପଡ଼ା ବିଙ୍ଗ ୱାଇଲଡ ଅନୁଷ୍ଠାନ ପକ୍ଷରୁ ପରିବେଶବିତ ପାର୍ଥସାରଥୀଙ୍କୁ ସମ୍ବର୍ଦ୍ଧନା

ବିଙ୍ଗ ୱାଇଲଡ ଅନୁଷ୍ଠାନ ପକ୍ଷରୁ ପରିବେଶବିତ ପାର୍ଥସାରଥୀଙ୍କୁ ସମ୍ବର୍ଦ୍ଧନା

22

କେନ୍ଦ୍ରାପଡ଼ା, ୧୨ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବିଙ୍ଗ ୱାଇଲଡ ତଥା ବନ୍ୟଜନ୍ତୁ ସଂରକ୍ଷଣ ସଂସ୍ଥାର ବାର୍ଷିକ ଉତ୍ସବ ଅବସରରେ କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ପରିବେଶବିତ ପ୍ରକୃତିବନ୍ଧୁ ପାର୍ଥସାରଥୀ ବେହେରାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଶ୍ରୀ ବେହେରା ପରିବେଶ, ନିଶା ନିବାରଣ, କରୋନା ସଚେତନତା ଓ ବନ୍ୟଜନ୍ତୁ ସୁରକ୍ଷା ଉପରେ ବେଶ ଉଲ୍ଲେଖନୀୟ କାର୍ଯ୍ୟ କରି ଜିଲ୍ଲା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଛନ୍ତି। ନିଜ ବାସଭବନ ପରିସରରେ ଏକ ଅସ୍ଥାୟୀ ନର୍ସରୀ କରି ଜନସାଧାରଣଙ୍କୁ ବିଭିନ୍ନ ବୃକ୍ଷର ଚାରା ପ୍ରଦାନ କରିବା ସହ ବୃକ୍ଷର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିଥାନ୍ତି। ଚିଲିକା ଉନ୍ନୟନ କତ୍ତୃପକ୍ଷ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସିଡିଏର ମୁଖ୍ୟ ସୁଶାନ୍ତ ନନ୍ଦ, ଜୟନ୍ତ ମର୍ଦ୍ଦରାଜ, କମଳ ପୁରୋହିତ, ପି.ସି.ଧର, ଏମ.କେ. ଖାତର, ଦେବେନ୍ଦ୍ର ପଟ୍ଟନାୟକ, ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ଓ ସି. ପଟ୍ଟନାୟକଙ୍କ ଭଳି ବହୁ ପରିବେଶବିତ ଏବଂ ବୈଜ୍ଞାନିକମାନେ ଯୋଗଦେଇ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.