Home ଜିଲ୍ଲା ପରିକ୍ରମା ବିକାଶ ପାଇଁ ବିଦ୍ୟୁତ ଅପରିହାର୍ଯ୍ୟ, ଆଜାଦି କି ଅମୃତ ମହୋତ୍ସବରେ ବିଜୁଳି ମହୋତ୍ସବ

ବିକାଶ ପାଇଁ ବିଦ୍ୟୁତ ଅପରିହାର୍ଯ୍ୟ, ଆଜାଦି କି ଅମୃତ ମହୋତ୍ସବରେ ବିଜୁଳି ମହୋତ୍ସବ

29

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟ, ସଶକ୍ତ ଓଡ଼ିଶା ସମୃଦ୍ଧ ଓଡ଼ିଶା ଆଭିମୁଖ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲାସ୍ତରୀୟ ବିଜୁଳି ମହୋତ୍ସବ ଆଜି ଚାନ୍ଦବାଲି ବ୍ଲକ୍‌ରେ ବିଜୁ ସ୍ମୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ଏନ୍‌.ଏ.ସି. ଅଧ୍ୟକ୍ଷା ଶାନ୍ତିଲତା ସେଠୀ ଉଦ୍‌ଘାଟିକା ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଚାନ୍ଦବାଲି ବ୍ଲକ୍ ଅଧ୍ୟକ୍ଷା ମିନତୀ ସୂତାର ମୁଖ୍ୟ ଅତିଥି ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଚାନ୍ଦବାଲି ବି.ଡ଼ି.ଓ. ଜ୍ୟୋତି ପ୍ରକାଶ ଦାସ, ତହସିଲଦାର ସୁଶାନ୍ତ ସୂତାର, ମହାପ୍ରବନ୍ଧକ ପି.ଜି.ସି.ଆଇ.ଏଲ. ସତ୍ୟପ୍ରକାଶ କର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଟି.ପି.ଏନ୍‌.ଓ.ଡ଼ି.ଏଲ୍‌.ର ଭଦ୍ରକ ବିଦ୍ୟୁତ ପରିମଣ୍ଡଳର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପାଢ଼ୀ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ବିଦ୍ୟୁତ କ୍ଷେତ୍ରରେ ଲୋକାଭିମୁଖୀ ଯୋଜନାର ପ୍ରମୁଖ ସଫଳତାକୁ ଏହି ମହୋତ୍ସବରେ ଦୃଶ୍ୟ ଶ୍ରାବ୍ୟ ଫଳକ ତଥା ଦାଶକାଠି, ପଥପ୍ରାପ୍ତ ନାଟକ ଜରିଆରେ ପ୍ରଦର୍ଶନ କରାଯାଇ ଉପସ୍ଥିତ ବିଦ୍ୟୁତ ଗ୍ରାହକ, ଜନସାଧାରଣ ମାନଙ୍କୁ ସଚେତନ କରାଯାଇଥିଲା।

ସ୍ୱାଧୀନତା ପ୍ରାପ୍ତିର ୧୦୦ ବର୍ଷ ପୂରଣ ହେବାକୁ ଯାଉଥିବା ୨୦୪୭ ମସିହାକୁ ଦୃଷ୍ଟିରେ ରଖାଯାଇ ଶକ୍ତି ବିଭାଗର ଯେଉଁ ବୈପ୍ଳବିକ ସଶକ୍ତିକରଣ ଆଭିମୁଖ୍ୟ ରଖାଯାଇଛି ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା। ଆମ ରାଜ୍ୟ ଓ ଦେଶକୁ ବଳକା ବିଦ୍ୟୁତ ଶକ୍ତି ରାଜ୍ୟ ଓ ଦେଶରେ ପରିଣତ କରିବା, ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଅକ୍ଷୟ ଶକ୍ତି କ୍ଷମତା, ଗ୍ରାମ୍ୟ ଓ ଘରୋଇ ବିଦ୍ୟୁତିକରଣରେ ସଫଳତା ଗ୍ରାମାଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାରେ ଥିବା ଦୈନିକ ହାରାହାରି ୧୨ ଘଣ୍ଟା କ୍ଷେତ୍ରରେ ଏବେ ୨୨.୫ ଘଣ୍ଟାକୁ ବୃଦ୍ଧି ଦେଶକୁ ସବୁଠୁ ବଡ଼ ଏକୀକୃତ ଗ୍ରୀଡ଼ ଭାବରେ ଉଭା କରାଇବା ଆଦି ଯୋଜନା ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ସୂଚନା ମତେ ୨୦୦୦ ମସିହାରେ ରାଜ୍ୟର ଉପଭୋକ୍ତା ସଂଖ୍ୟା ୧୬ ଲକ୍ଷ ଥିବାବେଳେ ଆଜି ୯୪ଲକ୍ଷ। ଶକ୍ତି ଚାହିଦା ୧୦, ୦୦୦ ମିଲିୟନ୍ ୟୁନିଟ୍ ରୁ ୨୭, ୪୦୦ ମିଲିୟନ୍ ୟୁନିଟ୍‌ରେ ପହଞ୍ôଚଛି। ୨୦୦୦ ରେ ରାଜ୍ୟରେ ୫୮ ଟି ଅତି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ଼ ଥିବାବେଳେ ଆଜି ୧୭୮ ଟି ଏବଂ ବିତରଣ ଭିତ୍ତିଭୂମିରେ ଟ୍ରାନସଫର୍ମର ସଂଖ୍ୟା ୪୦, ୦୦୦ ରୁ ୨, ୭୦, ୬୦୦ ରେ ପହଞ୍ôଚଛି। ନିଉ ଦେଶୀ ଯୋଜନାରେ ଭଦ୍ରକ ଜିଲ୍ଲାରେ ସମୁଦାୟ ୧୧୫ଟି ନୂତନ ସବ୍‌ଷ୍ଟେସନ୍‌, ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଅଙ୍ଗନବାଡ଼ି ଯୋଜନାରେ ଜିଲ୍ଲାର ୧୦୨ଟି ବିଦ୍ୟାଳୟରୁ ୧.୨୫ ଲକ୍ଷ ଟଙ୍କା ବ୍ୟୟକରି ଖୁଣ୍ଟ ଓ ତାର ସ୍ଥାନାନ୍ତର କରାଯାଇଛି। ସୌଭାଗ୍ୟ ଯୋଜନାରେ ୧୭.୨୫ ଲକ୍ଷ ଟଙ୍କା ବ୍ୟୟରେ ୧୩୧୮ଟି ଗ୍ରାମରେ ୨, ୫୯, ୦୦୦ ଘରକୁ ନୂତନ ବିଦ୍ୟୁତ ସଂଯୋଗ ଦିଆଯାଇଛି।

ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ବିଗତ ବର୍ଷରେ ୫୦୫୧ ହିତାଧିକାରୀଙ୍କୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଶ୍ରୀଜଗନ୍ନାଥ ସାଂସ୍କୃତିକ କଳାକାର ସଂଘର ସଂଙ୍ଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ୍‌ଙ୍କ ନେତୃତ୍ୱରେ ଉଦ୍‌ଘାଟନୀ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା ବେଳେ ଶ୍ରୀ ଶ୍ରୀ ଜୟ ମା ମଙ୍ଗଳା ଦାଶକାଠିଆ ଅନୁଷ୍ଠାନ ଦ୍ୱାରା ଦାଶକାଠି ସଂଙ୍ଗୀତ ଓ ଜନସେବା ଫାଉଣ୍ଡେସନ୍ ଭଦ୍ରକ ଦ୍ୱାରା ପଥପ୍ରାନ୍ତ ନାଟକ ପ୍ରଦର୍ଶନ ଜରିଆରେ ବିଜୁଳି ଶକ୍ତି ବ୍ୟବହାର ଜନିତ ସତର୍କତା, ଅପବ୍ୟବହାର, ସରକାରୀ ସ୍ତରରେ ଥିବା ସୁବିଧା ସୁଯୋଗ ସମ୍ବନ୍ଧରେ ସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭଦ୍ରକ ସର୍କଲ ର ବିଦ୍ୟୁତ୍ ଯନ୍ତ୍ରୀ ବିଶ୍ୱଜିତ୍ ଓଝା ମଞ୍ଚ ପରିଚାଳନା କରିଥିବାବେଳେ ପାୱାର ଗ୍ରୀଡ଼ର ଡି.ଜି.ଏମ୍‌. ନିହାର ରଞ୍ଜନ ଜେନା, ଓପିଜିସିଏଲ୍ ର ଡି.ଜି.ଏମ୍‌. ରାମେଶ୍ୱର ମହଲା ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀ ରତିକାନ୍ତ ବିଶ୍ୱାଳ, ଦେବାଶିଷ ଜେନା, ଚାନ୍ଦବାଲି ବିଦ୍ୟୁତ୍‌ଯନ୍ତ୍ରୀ ଅଜୟ କୁମାର ସାହୁ, ପାୱାର ଗ୍ରୀଡ଼ ଜେ.ଇ. ଶଶୀକାନ୍ତ, ଓ.ପି.ଟି ସି.ଏଲ୍‌.ର ନିରଞ୍ଜନ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ଅନୁସଙ୍ଗିକ ସହଯୋଗ କରିଥିଲେ। ସୂଚନାଯୋଗ୍ୟ କି ଦେଶ ତମାମ୍ ପାଳନ କରାଯାଉଥିବା ଏହି ମହୋତ୍ସବ ପ୍ରତି ଜିଲ୍ଲାରେ ୨ଟି ସ୍ଥାନରେ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀର ଆସନ୍ତା କାଲି ଜୁଲାଇ ୨୯ ଶୁକ୍ରବାର ଦିନ ରାନ୍ଦିଆ ସ୍ଥିତ ଶିଶୁ ଉଦ୍ୟାନଠାରେ ଏହା ପାଳିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.