Home ଉପ ନିର୍ବାଚନ ବିକାଶର ବହୁ ଦୂରରେ ପରିଖିର ନନ୍ଦଚକ ଗ୍ରାମ – ଉପ-ନିର୍ବାଚନରେ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି

ବିକାଶର ବହୁ ଦୂରରେ ପରିଖିର ନନ୍ଦଚକ ଗ୍ରାମ – ଉପ-ନିର୍ବାଚନରେ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି

36

ବାଲେଶ୍ୱର, ୧୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହି ଆସୁଥିବା ପରିଖି ପଞ୍ଚାୟତର ନନ୍ଦଚକବାସୀ ଆସନ୍ତା ସଦର ଉପ-ନିର୍ବାଚନରେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି। ଦେଶ ସ୍ୱାଧୀନତାର ଦୀର୍ଘବର୍ଷ ପରେ ବି ବିକାଶ ଏ ଅଞ୍ଚଳ ପାଇଁ ସ୍ୱପ୍ନ ହୋଇଥିବା ସେମାନେ କହିଛନ୍ତି। ଏହି ଅଞ୍ଚଳକୁ ରାସ୍ତାଟିଏ ନଥିବା ବେଳେ ବ୍ରିଟିଶ ଅମଳରୁ ହୋଇଥିବା ଲୁଣିବନ୍ଧ କ୍ରମଶଃ ନଷ୍ଟ ହୋଇଯିବା କାରଣରୁ ପ୍ରତି ବର୍ଷାଋତୁରେ ଲୋକେ ଅତଙ୍କିତ ଅବସ୍ଥାରେ ରହୁଛନ୍ତି। ଅନୁରୂପ ଭାବେ ପାଳନୀୟଜଳ, ସ୍ୱାସ୍ଥ୍ୟ, ଗମନାଗମନ ପ୍ରତିଟି କ୍ଷେତ୍ରରେ ପରିଖି ପଞ୍ଚାୟତର ଏହି ନନ୍ଦଚକବାସୀଙ୍କୁ ଅବହେଳା କରାଯାଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ପ୍ରତି ନିର୍ବାଚନ ସମୟରେ ପ୍ରଚାରରେ ଆସୁଥିବା ନେତା ଓ ପ୍ରାର୍ଥୀମାନେ ସ୍ଥାନୀୟ ବିକାଶକୁ ନେଇ ସ୍ୱପ୍ନର ପାହାଡ଼ ଉଭା କରୁଥିବା ବେଳେ ନିର୍ବାଚନ ପରେ ତାହାକୁ ପାଣିର ଗାର ସଦୃଶ ଭୁଲି ଯାଉଛନ୍ତି। ଏମିତିକି ନିର୍ବାଚିତ ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଆପତ୍ତି ଜଣାଇବା ପରେ ବି କିଛି ଫଳ ନ ମିଳିବାରୁ ସେମାନେ ଚଳିତ ଉପ-ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଥିବା ଗ୍ରାମବାସୀମାନେ କହିଛନ୍ତି। ପରିଖି ବିକାଶ ମଞ୍ଚର ଆହ୍ୱାନ କ୍ରମେ କେବଳ ନନ୍ଦଚକ ନୁହେଁ ବରଂ ଅବହେଳିତ ଏକାଧିକ ଗ୍ରାମର ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ ସେମାନେ ନିର୍ବାଚନରେ ମତଦାନ କରିବେ ନାହିଁ ବୋଲି ସଫା ସଫା ଜଣାଇଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.