Home ଜିଲ୍ଲା ପରିକ୍ରମା କୋରାପୁଟ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଦାବିପତ୍ର ପ୍ରଦାନ

କୋରାପୁଟ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଦାବିପତ୍ର ପ୍ରଦାନ

32

କୋରାପୁଟ ୨୨-୦୮(ଓଡିଆ ପୁଅ/ରଞ୍ଜନ ଦାସ)କୋରାପୁଟ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି। ସଂଘ କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ସେବା ନିମନ୍ତେ ରାଜ୍ୟ ସରକାର ତୁରନ୍ତ ଚିକିତ୍ସା ଭତ୍ତା ପ୍ରଦାନ କରିବାକୁ ସଂଘ ସଭାପତି ରଘୁନାଥ ଦାସ ଦାବି କରିଛନ୍ତି।ଏଥି ସହ ୩ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ସଂଘର ଦାବି ରହିଥିବା ସେ ସୂଚନା ଦେଇଛନ୍ତି।ସହକାରୀ ଜିଲ୍ଲାପାଳ ମାଧବ ପାଙ୍ଗି ଦାବିପତ୍ର ଗ୍ରହଣ କରିଥିଲେ। କୋରାପୁଟ ସଂଘର ସମ୍ପାଦକ ଭଗବାନ ନାହାକ , କୋଷାଧ୍ୟକ୍ଷ ଦୁର୍ଗାମାଧବ ପଟନାୟକ,ଶିଶିର ଶତପଥି,ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ,ସୂର୍ଯ୍ୟ ପ୍ରକାଶ ଯାଦବ ,ଡି.ରାମା ରାଓ, ହୃଷୀକେଶନ ପାଢୀ,ପି.ନାଗେଶ୍ଵର ରାଓ ,ଇଶ୍ଵର ରାଓ ପ୍ରମୁଖଙ୍କ ସହ କୋଲାବନଗର ଓ କାକିରିଗୁମ୍ମା ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.