Home Coronavirus Outbreak ବାହାର ରାଜ୍ୟ କିମ୍ବା ଦେଶରୁ ଓଡ଼ିଶା ଫେରିଲେ ପଞ୍ଜୀକରଣ କର : ଆଧାର ଓ ମୋବାଇଲ...

ବାହାର ରାଜ୍ୟ କିମ୍ବା ଦେଶରୁ ଓଡ଼ିଶା ଫେରିଲେ ପଞ୍ଜୀକରଣ କର : ଆଧାର ଓ ମୋବାଇଲ ନମ୍ବର ବାଧ୍ୟତାମୂଳକ

617

ଭୁବନେଶ୍ବର ୨୬-୪ (ଓଡ଼ିଆ ପୁଅ) : ରାଜ୍ୟ ବାହାରେ ଫସିରହିଥିବା ଓଡିଆ ଏବେ ଓଡ଼ିଶା ମୁହାଁ, ଘର ମୁହାଁ। ଓଡିଶାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। କିନ୍ତୁ ଏଥିନିମନ୍ତେ ସରକାରଙ୍କ ତରଫରୁ ଏହି https://covid19.odisha.gov.in/ ୱେବସାଇଟରେ ପଞ୍ଜୀକରଣ ବାଧ୍ୟତା ମୂଳକ। ଏହି ୱେବସାଇଟ୍ ଉନ୍ମୋଚିତହୋଇସାରିଛି। ତେବେ ଲକଡାଉନ୍ ପ୍ରତିବନ୍ଧକ ହଟିବା ପରେ ଯେଉଁମାନେ ଓଡ଼ିଶାକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ପଞ୍ଜୀକରଣ ଉଦ୍ଦେଶ୍ୟରେ ଏହି ଅନଲାଇନ୍ ପ୍ଲାଟଫର୍ମ ପ୍ରସ୍ତୁତ ହୋଇଛି। ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତା ମୂଳକ ଅଟେ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି। କୁହାଯାଉଛିଯେ, ଲକ୍‌ଡାଉନ୍ ହଟିବା ପରେ ଅନ୍ୟ ରାଜ୍ୟରେ ଫସିଥିବା ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଓଡ଼ିଆ ରାଜ୍ୟକୁ ଫେରିବେ। ଏହାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି। ସେଥିପାଇଁ ଆଧାର ଓ ମୋବାଇଲ ନମ୍ବରକୁ ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି। ଆଜି ଏ ସଂପର୍କରେ ସୂଚନା ଦେଇ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ ସିଂ କହିଛନ୍ତିଯେ, ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ପଞ୍ଜୀକରଣ ବ୍ୟବସ୍ଥାକୁ ଅତ୍ୟନ୍ତ ସରଳ କରାଯାଇଛି। ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ଲୋକ ନିଜେ, ସେମାନଙ୍କର ସଂପର୍କୀୟ କିମ୍ବା ସଂପୃକ୍ତ ଅଞ୍ଚଳର ନୋଡାଲ ଅଧିକାରୀଙ୍କ ସହାୟତା ନେଇପାରିବେ।

ତେବେ ପଞ୍ଜୀକରଣ ଫର୍ମରେ ବ୍ୟକ୍ତିଗତ ବିବରଣୀ ଯେପରିକି ଆପଣ ଜଣେ ଛାତ୍ର, ଶ୍ରମଜୀବୀ ଓ ପର୍ଯ୍ୟଟକ, କିମ୍ବା ଅନ୍ୟ ପେଷା ଅଧିନ ତାହା ଉଲ୍ଲେଖ କରିବାକୁ ହେବ।

ଓଡ଼ିଶାରେ ଘର ଠିକଣା, ଯୋଗାଯୋଗ ପାଇଁ ନିଜ ସଂପର୍କୀୟଙ୍କ ନାମ ଓ ମୋବାଇଲ ନମ୍ବର ଦେବାକୁ ହେବ। ଫର୍ମପୂରଣ ପରେ ସବମିଟ୍‌ ବଟନ କ୍ଲିକ୍ କରିବା ପରେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ। ଏହି ଓଟିପିକୁ ୱେବସାଇଟର ଡିସପ୍ଲେ ବକ୍ସରେ ପୂରଣ କରିବା ପରେ ଆପଣଙ୍କ ମୋବାଇଲକୁ ଏକ କନଫରମେସନ୍ ମେସେଜ୍ ଆସିବ। ଏହି ମେସେଜ୍ ଆସିବା ପରେ ପଞ୍ଜୀକରଣ ସଂପୂର୍ଣ୍ଣ ହୋଇଛି ବୋଲି ସ୍ପଷ୍ଟ ହେବ।

ଓଡ଼ିଶାକୁ ଫେରିବା ପରେ ଗ୍ରାମ ପଞ୍ଚାୟତ କିମ୍ବା ସହରରେ ରହିଥିବା କ୍ବାରେଣ୍ଟାଇନ ସେଣ୍ଟରରେ ୧୪ଦିନ ରହିବା ବାଧ୍ୟତମୂଳକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.