Home Coronavirus Outbreak ପୁଣି ବୋଟ କିଣି ସମୁଦ୍ର ପଥରେ ଫେରି ଆସିଲେ ମତ୍ସ୍ୟଜୀବୀ

ପୁଣି ବୋଟ କିଣି ସମୁଦ୍ର ପଥରେ ଫେରି ଆସିଲେ ମତ୍ସ୍ୟଜୀବୀ

553

ଗଞ୍ଜାମ, ୨୫ା୪ (ଓଡ଼ିଆ ପୁଅ) – ଆଉ ସମ୍ଭାଳି ହେଉନି। ଏବେ ଖାଲି ଘର ମୁହାଁ ଶ୍ରମିକ ଏବଂ ବାହାର ରାଜ୍ୟରେ ରୋଜଗାରପାଇଁ ଯାଇତିବା ଓଡ଼ିଆମାନେ। ପୁରା ଦେଶରେ ଲକ୍‌ଡାଉନ୍‌। ଚାଲୁନି ରେଳ କି ବସ୍। ଆସିବେ କେମିତି? ସବୁଆଡ଼େ ଯାନବାହନ ଚଳାଚଳ ବନ୍ଦ। ଏହା ପୂର୍ବରୁ ମଧ୍ୟ ସମୁଦ୍ର ପଥରେ ୨୭ ଜଣ ମତ୍ସ୍ୟଜୀବୀ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଫେରିଥିଲେ। ପୁଣି ଆଜି ମଧ୍ୟ ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ ସୁନୁପୁର ମୁହାଣରେ ୩୮ଜଣ ଦାଦନ ଶ୍ରମିକ ଚେନ୍ନାଇରୁ ବୋଟ୍‌ରେ ଆସି ପହଞ୍ଚିଛନ୍ତି।

ଚେନ୍ନାଇରେ ରହି କାମ କରୁଥିବାବେଳେ ଲକ୍‌ଡାଉନ ପରେ କାମଧନ୍ଦା ବନ୍ଦ ହୋଇଯାଇଥିଲା। ଫଳରେ ବହୁ ଅସୁବିଧାରେ ଚଳୁଥିଲେ। ଏକ ମୋଟର ବୋଟ୍‌ କିଣି ଗତ ୨୦ ତାରିଖରେ ଚେନ୍ନାଇରୁ ସମୁଦ୍ର ପଥ ଦେଇ ବାହାରିଥିଲେ। ସନ୍ଧ୍ୟାରେ ସୁନୁପୁରୁ ମୁହାଣରେ ପହଞ୍ଚିବା ପରେ ଚିକିଟି ତହସିଲ୍‌ଦାର ହରପ୍ରସାଦ ଭୋଇ, ବିଡିଓ ଫାଲ୍‌ଗୁନି ମାଝି ଏବଂ ଗୋଳନ୍ଥରା ମେରାଇନ୍‌ ଥାନା ପୋଲିସ୍‌ ପହଞ୍ଚତ୍ ସମସ୍ତଙ୍କୁ ଆଣି ମେରାଇନ୍‌ ଥାନାରେ ରଖିଛନ୍ତି।

ସେମାନଙ୍କୁ କେଉଁ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯିବ।

ସ୍ଥଳପଥରେ ଯାତାୟାତ ବନ୍ଦ କରାଯିବା ପରେ ନିଜ ଭିଟାମାଟିକୁ ଫେରିବାକୁ ଶ୍ରମିକ ଓ ମତ୍ସଜୀବୀମାନେ ଜଳପଥକୁ ଆପଣାଇଛନ୍ତି। ବିଶେଷକରି ମତ୍ସଜୀବୀମାନେ ସମୁଦ୍ର ପଥ ସହ ଭଲଭାବେ ଜଡିତ ଥିବାରୁ ସେମାନେ ଡଙ୍ଗା ସାହାଯ୍ୟରେ ଘର ମୁହାଁ ହେଉଛନ୍ତି। ସେହିକ୍ରମରେ କର୍ଣ୍ଣାଟକର ମାଙ୍ଗାଲୋର ଓ ଚେନ୍ନାଇରୁ ସ୍ୱତନ୍ତ୍ର ଡଙ୍ଗା ଓ ଟ୍ରଲରରେ ବହୁ ମତ୍ସଜୀବୀ ଆନ୍ଧ୍ର-ଓଡ଼ିଶା ସମୁଦ୍ର କୁଳ ଦେଇ ଓଡ଼ିଶାର ଗଞ୍ଜାମ ଉପକୂଳରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଏହି ଘଟଣା ଉପରେ କଡା ନଜର ରଖାଯାଇଛି। ପୁଲିସ ସହ କୋଷ୍ଟାଗାର୍ଡ ଓ ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷଙ୍କୁ ସଜାଗ ରହିବାକୁ ଅବଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.