Home ଜିଲ୍ଲା ପରିକ୍ରମା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ସହଜରେ ଗୋସେବା ସୁବିଧା ପାଇପାରିବେ

ବାହାରୁ ଆସୁଥିବା ପର୍ଯ୍ୟଟକମାନେ ସହଜରେ ଗୋସେବା ସୁବିଧା ପାଇପାରିବେ

20

ପୁରୀ, ୧୭/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀରାମ ସୁନ୍ଦରାକାଣ୍ଡ ଚାରିଟେବଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ପୁରୀ ଜିଲ୍ଲା ଗୋରୁଆଳ ପଞ୍ଚାୟତ ଅନ୍ତର୍ଗତ ଆଳିପଡ଼ାରେ ଅବସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳାରେ ଦୀର୍ଘ ବର୍ଷ ଧରି ଗୋସେବା ସହିତ ଦୁର୍ଘଟଣାଗ୍ରସ୍ତ ଗୋମାତାମାନଙ୍କର ଚିକିତ୍ସା ସହିତ ଅସହାୟ ଗୋମାତା ମାନଙ୍କର ରହିବାର ସୁବ୍ୟବସ୍ଥା କରାଯାଇ ଆସୁଥିଲା। ଗୋବଂଶମାନଙ୍କ ମୈାଳିମ ସୁବିଧା ପାଇଁ ଇଡ଼ିକୋ ରୋଡ଼ଠାରୁ ଗୋଶାଳା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଏକ ପୋଖରୀ ନିର୍ମାଣ ଓ ଗୋଶାଳା ପରିସରକୁ ଆଲୋକୀକରଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀମାନେ ଇଡ଼ିକୋ ରୋଡ଼ଠାରୁ ଗୋଶାଳା ପର୍ଯ୍ୟନ୍ତ ଅନୁଧ୍ୟାନ କରିବା ପରେ ଆଜି ଠାରୁ ରୋଡ଼ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟ ପାଇଁ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଏବଂ ଆଶା କରିଛନ୍ତି ଆଗାମୀ ଦିନରେ ଗୋମାତାଙ୍କର ଭରପୁର ସେବାକାର୍ଯ୍ୟ ଜୋରଦାରରେ ଚାଲିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଭ୍‌କ ଏହିଭଳି ସହଯୋଗ ଜାରି ରହୁ। ପୁରୀରେ ପହଁଚୁଥିବା ପର୍ଯ୍ୟଟକମାନେ ଗୋମାତାଙ୍କ ଦର୍ଶନ ପାଇଁ ଏବେ ସହଜରେ ଏହି ରୋଡ଼ ମାଧ୍ୟମରେ ଗୋଶାଳାରେ ପହଞ୍ଚି ଗୋମାତାଙ୍କ ଦର୍ଶନ ଏବଂ ଗୋସେବା ସୁବିଧା ପ୍ରାପ୍ତି କରିପାରିବେ ବୋଲି ଟ୍ରଷ୍ଟର ପ୍ରବକ୍ତା ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.