Home ଓଡ଼ିଶା ତୃତୀୟ ପାଳି ମାଣବସା ଗୁରୁବାର ପାଳିତ

ତୃତୀୟ ପାଳି ମାଣବସା ଗୁରୁବାର ପାଳିତ

70

ପୁରୀ, ୧୭/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ମାର୍ଗଶୀର ମାସ ତୃତୀୟ ପାଳି ଗୁରୁବାର ଅବସରେୀ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ମାଣ ବସା ଯାଇ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥିଲା। ମହିଳାମାନେ ଗତକାଲି ଦାଣ୍ଡ ଦୁଆର ଠାରୁ ବାରି ଦୁଆର ପର୍ଯ୍ୟନ୍ତ ଚିତା ପକାଇଥିଲେ। ଆଜି ପ୍ରତ୍ୟୁଷରୁ ମହିଳାମାନେ ଶୁଦ୍ଧପୁତ୍ତ ଭାବେ ସ୍ନାନ କରି ଧାନ ଉପରେ ମାଣ ରଖି ଧାନ ବେଣ୍ଟ ବସାଇ ନୂତନ ବସ୍ତ୍ରରେ ସଜ୍ଜିତ କରିବା ସହ ବିଭିନ୍ନ ପ୍ରକାର ଫୁଲମାଳ ଦେଇ ମା’ ଲକ୍ଷ୍ମୀଙ୍କୁ ପୂଜା କରିଥିଲେ। ଆଜି ମା’ ଲକ୍ଷ୍ମୀଙ୍କ ପାଖରେ ପୁଳି ଓ ଦହି ପଖାଳ ଭୋଗ ଲଗାଯାଇଥିଲା। ମହିଳାମାନେ ଏକତ୍ରିତ ହୋଇ ଠାକୁର ଘରେ ଲକ୍ଷ୍ମୀପୁରାଣ ପାଠ କରିଥିଲେ। କୋରେନା କଟକଣା ଯୋଗୁଁ ଶ୍ରୀମନ୍ଦିର ଭିତରକୁ ପ୍ରବେଷ ନିଷେଧ ଥିବା କାରଣରୁ ଶ୍ରୀମନ୍ଦିର ବେଢ଼ାରେ ମଧ୍ୟରେ ଥିବା ମା’ ଲକ୍ଷ୍ମୀଙ୍କ ମନ୍ଦିରକୁ ମହିଳାମାନେ ଦର୍ଶନ ଓ ପୂଜା ଅର୍ଚ୍ଚନାରୁ ବଞ୍ଚିତ ହୋଇଛନ୍ତି। ଆଜି ପ୍ରତି ଘରେ ମା’ ଲକ୍ଷ୍ମୀଙ୍କର ପୂଜା ପାଇଁ ହୁଳହୁଳି ଓ ଶଙ୍ଖ ଧ୍ୱନିରେ ଏକ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.