Home ଅପରାଧ ବାହାଘର ପରେ ଶାଶୁ ଘରକୁ ଯାଉଥିଲା କନ୍ୟା, ପୂର୍ବ ପ୍ରେମିକ ରାସ୍ତାରେ ମାରିଲା ଗୁଳି

ବାହାଘର ପରେ ଶାଶୁ ଘରକୁ ଯାଉଥିଲା କନ୍ୟା, ପୂର୍ବ ପ୍ରେମିକ ରାସ୍ତାରେ ମାରିଲା ଗୁଳି

145

ନୂଆ ଦିଲ୍ଲୀ ୨-୧୨ (ଓଡ଼ିଆ ପୁଅ) ହରିୟାଣାର ରୋହତକର ଏହି ଆଶ୍ଚର୍ଯ୍ୟଜନକ ମାମଲା। ବାହାଘର ପରେ ଶାଶୁ ଘରକୁ ଯାଉଥିଲା କନ୍ୟା। ଯିବା ସମୟରେ ବରର କାରକୁ ଓଭର ଟେକ କରି କନ୍ୟାକୁ ଅଟକାଇ ତଳେ ପକାଇ ଦେଇଥିଲେ ଦୁର୍ବୃତ୍ତ। ଏହା ପରେ କନ୍ୟାର ବେକରେ ଦୁଇଟି ଗୁଳି ଚଳାଇଥିଲେ ସେମାନେ। ଆକ୍ରମଣକାରୀମାନେ କନ୍ୟାର ଭାଇଠାରୁ ସୁନା ଚେନ୍ ଲୁଟି ନେଇ ସେଠାରୁ ପଳାଇ ଯାଇଥିଲେ। ଆହତ କନ୍ୟାଙ୍କୁ PGI ରୋହତକର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତା’ ଅବସ୍ଥା ଗୁରୁତର ରହିଛି। ପୋଲିସ ଏହାର ତଦନ୍ତ ଜାରୀ ରଖିଛି।

ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଶୁକ୍ରବାର ଦିନ କନ୍ୟାକୁ ବିଦାୟ ଦେବା ପାଇଁ କନ୍ୟାର ଭାଇ ସୁନୀଲ କାର ଚଳାଉଥିଲା। ରାତି ପ୍ରାୟ ୧୨ ଟା ସମୟରେ ଗାଁର ଶିବ ମନ୍ଦିର ନିକଟରେ ପହଞ୍ଚିବା ପରେ ଇନୋଭା କାରରେ ଥିବା ତିନିଜଣ ଦୁର୍ବୃତ୍ତ ପଛପଟୁ ଆସି କାରକୁ ଅଟକାଇଥିଲେ ଏବଂ କନ୍ୟା ଉପରେ ଗୁଳି ଚଳାଇଥିଲେ। କନ୍ୟା କାର୍ ଭିତରେ ରକ୍ତାକ୍ତ ଅବସ୍ଥାରେ ଗୁରୁତର ହେବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.