Home ଜିଲ୍ଲା ପରିକ୍ରମା ବାସୁଦେବପୁରରେ ମିଳିତ ଜନଶୁଣାଣି ଶିବିର

ବାସୁଦେବପୁରରେ ମିଳିତ ଜନଶୁଣାଣି ଶିବିର

36

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚଳିତ ମାସର ତୃତୀୟ ସୋମବାରରେ ବାସୁଦେବପୁର ବ୍ଲକ୍‌ରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୧୭୭ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥି ମଧ୍ୟରେ ୧୭୩ଟି ବ୍ୟକ୍ତିଗତ ସମସ୍ୟା ମୂଳକ ଓ ୪ଟି ସାମୂହିକ ସମସ୍ୟା ମୂଳକ ଅଭିଯୋଗ ଥିଲା । ଏହି ଶିବିରରେ ବିଭିନ୍ନ ଉପକରଣ, ଭତ୍ତା, ମୋ ଘର ଯୋଜନାରେ ଆର୍ଥିକ ସହାୟତା ବଣ୍ଟନ ଓ ବ୍ଲକ୍ ପରିସରରେ ମିଶନ ଶକ୍ତି କାଫେର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବ୍ଲକ୍ ଚେୟାରମ୍ୟାନ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତୀମୟ, ଅତିରିକ୍ତ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ବାସୁଦେବପୁର ବି.ଡ଼ି.ଓ ସତ୍ୟଜିତ୍ ରାଉତ, ସହକାରୀ ଯନ୍ତ୍ରୀ ଅନିତ୍ ସୁବୁଦ୍ଧିରାୟ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାରଙ୍କୁ ସହଯୋଗ କରିଥିଲେ । ଉକ୍ତ ବ୍ଲକ୍ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ପାଇଁ ଆବଶ୍ୟକ ସୂଚନା ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ । ସାମାଜିକ ସୁରକ୍ଷା ଯୋଜନାରେ ୬ଜଣଙ୍କୁ ବିଧବା ଭତ୍ତା, ୧ ଜଣଙ୍କୁ ସ୍ୱାମୀପରିତ୍ୟକ୍ତା ଭତ୍ତା, ତିନିଚକିଆ ସାଇକେଲ ୨ଟି ଏବଂ ହ୍ୱିଲ ଚେୟାର ୧ଟି ବଣ୍ଟନ କରାଯାଇଥିଲା । ସୂଚନାଯୋଗ୍ୟକି ବାସୁଦେବପୁର ବ୍ଲକ୍ ପାଇଁ ମଧୁବାସୁ ପେନସନ୍ ଯୋଜନାରେ ୬୩୭ ନୂଆ ହିତାଧିକାରୀଙ୍କ ପାଇଁ ଭତ୍ତା ମଞ୍ଜୁର କରାଯାଇଛି । ‘ମୋ ଘର’ ଯୋଜନାରେ ବ୍ଲକ୍ ପ୍ରଶାସନ ତରଫରୁ ହିତାଧିକାରୀ ମାନସ ରଞ୍ଜନ ବିନ୍ଧାଣୀଙ୍କୁ ଚାନ୍ଦିମାଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଜରିଆରେ ପ୍ରଥମ ଦଫାରେ ସବସିଡ଼ି ଯୁକ୍ତ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.