Home ଜିଲ୍ଲା ପରିକ୍ରମା ବାଳିକା ମାନଙ୍କୁ ଉତ୍ତମ ମାର୍ଗ ନିମନ୍ତେ ବେଟି ବଚାଓ, ବେଟି ପଢ଼ାଓ ପରାମର୍ଶ ସେବା କାର୍ଯ୍ୟକ୍ରମ

ବାଳିକା ମାନଙ୍କୁ ଉତ୍ତମ ମାର୍ଗ ନିମନ୍ତେ ବେଟି ବଚାଓ, ବେଟି ପଢ଼ାଓ ପରାମର୍ଶ ସେବା କାର୍ଯ୍ୟକ୍ରମ

4

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଳିକା ମାନଙ୍କୁ ଶିକ୍ଷାସହ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ନିମନ୍ତେ କନ୍ୟା ବଂଚାନ୍ତୁ, କନ୍ୟାକୁ ପଢ଼ାନ୍ତୁ ଯୋଜନାରେ କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ପରାମର୍ଶ ସେବା ପାଇଁ “କଲେକ୍ଟର କି କ୍ଲାସ” ଶୀର୍ଷକ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଭଦ୍ରକ ମହିଳା ମହାବିଦ୍ୟାଳୟ ସଭାଗୃହ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁପ୍ରୀତିକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ତଥା ଛାତ୍ରୀଙ୍କ ପରାମର୍ଶ ଦାତା ସୌଦାମିନୀ ରାଉତ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀଙ୍କ ସମେତ ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଜିଲ୍ଲା କର୍ମ ନିୟୋଜନ ଅଧିକାରିଣୀ ଅନିତା ନାୟକ, ବିଷୟବିଷାରଦ ରୂପେ ଯୁବ ପେଶାଦାର ଭିନିତ ଶେଖର ପ୍ରମୂଖ ଯୋଗଦାନ କରିଥିଲେ । ଅଧ୍ୟାପିକା ଅନୀତା ଦଳେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପିକା ଶୁଭଶ୍ରୀ ବେହେରାଙ୍କ ସମେତ ଅନ୍ୟାନ୍ୟ ମହାବିଦ୍ୟାଳୟ କର୍ମଚାରୀ ଯୋଗଦାନ କରିଥିଲେ । ଉପସ୍ଥିତ ଦୁଇଶହରୁ ଉର୍ଦ୍ଧ୍ୱ ବାଳିକା ମାନଙ୍କ ମଧ୍ୟରେ ସେମାନଙ୍କର ରୁଚି, ଶିକ୍ଷା, ଆଗ୍ରହଥିବା କାର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା । ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ, ଆତ୍ମନିର୍ଭରଶୀଳ ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା ହୋଇଥିଲା ।

ସେହିପରି ଅସୁରାଳି ମହିଳା ମହାବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ସଂଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ସମେତ ବିଷୟ ବିଷାରଦ ଭିନିତ୍ ଶେଖର ଯୋଗଦାନ କରି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ, ବାଳିକାମାନଙ୍କୁ ଶିକ୍ଷା ସହ ଉତ୍ତମ ମାର୍ଗ ନିମନ୍ତେ ସଠିକ୍ ପରାମର୍ଶ ସେବା ଏବଂ ସରକାରୀ ସ୍ତରରେ ଥିବା ବହୁ ସୁବିଧା ସୁଯୋଗ ସମ୍ବନ୍ଧରେ ଦୁଷ୍ଟାନ୍ତମୂଳକ ଉଦାହରଣ ପ୍ରତିପାଦନ କରିଥିଲେ । ବାଳିକା ମାନଙ୍କୁ ବିଭିନ୍ନ କ୍ଷେତ୍ର ଯଥା ସଂଗୀତ, ଚିତ୍ରାଙ୍କନ, ନୃତ୍ୟ ଉତ୍ତମଶିକ୍ଷା କ୍ଷେତ୍ରରେ ଦକ୍ଷତା ହାସଲ କରିବାକୁ ହେଲେ ଏକନିଷ୍ଠ ହୋଇ ସେଥିରେ ରୁଚି ରଖିବାକୁ ପଡ଼ିବ । ସେଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାପାଇଁ ପ୍ରେରଣା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ଡା. କାମିନି ବାଳା ମିଶ୍ର, ହୃଷିକେଶ ରାଉତ, ଗାୟତ୍ରୀ ବିଶ୍ୱାଳ, ମାନିନି ରାୟ, ରାମାନୁଜମ ପତି ପ୍ରମୂଖ ଯୋଗଦାନ ଦେଇ କାର୍ଯ୍ୟକ୍ରମ ସମ୍ବନ୍ଧରେ ମତ ରଖିଥିଲେ । କଳାର ଛାତ୍ରୀ ସନ୍ତୋଷିନୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.