Home ଜିଲ୍ଲା ପରିକ୍ରମା ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି

ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି

37

ପୁରୀ ୧୮/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି।ଏହାକୁ ରୋକିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନ ରେ ଜିଲ୍ଲା ପ୍ରଶାସନ, ୟୁନିସେଫ୍, ଆକ୍ସନ ଏଡ୍, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ବାଲ୍ୟବିବାହ ନିରୋଧ ସମ୍ପର୍କରେ ଏକ କର୍ମଶାଳା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ ବିବାହ ଏକ ସାମାଜିକ ପବିତ୍ର କର୍ମ। ଏହାକୁ ସମ୍ପର୍ଣ୍ଣ ପାଇଁ ସାମାଜିକ ଓ ଆଇନଗତ ବ୍ୟବସ୍ଥା ରହିଛି।ତେଣୁ ଆଇନାନୁମୋଦିତ ବୟସ ଅନୁସାରେ ବିବାହ କାର୍ଯ୍ୟ ହେବା ବିଧେୟ।ଏହାର ଉଲ୍ଲଘଂନ ପାଇଁ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପ୍ରାବଧାନ ରହିଥିବାରୁ ଏହାର ବ୍ୟାପକ ସଚେତନତା ସୃଷ୍ଟି ଜରୁରୀ ବୋଲି କହିଥିଲେ।ଅତିରିକ୍ତ ଏସ ପି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ବାଲ୍ୟବିବାହ ଓ ଶିଶୁ ସୁରକ୍ଷାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନିଆଯାଇଛି।ଏଥିପାଇଁ ଶିଶୁ ସୁରକ୍ଷା ଆଇନ ରେ ଏକାଧିକ ବାର ସଂଶୋଧନ ମଧ୍ୟ ହୋଇଛି। ପୋଲିସ ଏଥିରେ ସମସ୍ତ ସହଯୋଗ ଯୋଗାଇ ଦେଉଛି ବୋଲି ସେ କହିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଶ୍ରୀ ମହାବୀର ରୁଦ୍ର ନାରାୟଣ ସାହୁ, ସଦସ୍ୟ ଶ୍ରୀ ରାମ ଶଙ୍କର ପାତ୍ର, ଚାଇଲ୍ଡ ଲାଇନ ର ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ରଥ, କଳିଙ୍ଗ ବୈଶ୍ୟ ସମାଜ ମହିଳା ମହାସଂଘ ର ସଭାପତି ଗାୟତ୍ରୀ ପାତ୍ର, ଲିଙ୍ଗରାଜ ମହାରଣା, ନିମାପଡା ଜାମା ମସଜିଦ ର ମୌଲବୀ ଅବଦୁଲ କାଦିର, ଯାଦବ ମହାସଂଘ ସଭାପତି ରମେଶ ଚନ୍ଦ୍ର ବେହେରା, ପିପିଲି ବାପଟିଷ୍ଟ ଚର୍ଚ୍ଚର ଫାଦର, ବିଭିନ୍ନ ବ୍ଲକ ର ସିଡିପିଓ, ବିଭିନ୍ନ ଜାତି ସମ୍ପ୍ରଦାୟର ନେତୃମଣ୍ଡଳୀ, ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ବାଲ୍ୟବିବାହ ର କାରଣ ନିରାକରଣ ଓ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ।ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ କର୍ମଶାଳା ପରିଚାଳନା କରିଥିବା ବେଳେ ଆକ୍ସନ ଏଡର ଜିଲ୍ଲା ସଂଯୋଜକ ସୁମିତା ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.