Home ଉପ ନିର୍ବାଚନ ବାଲେଶ୍ୱର ବାସୀଙ୍କ ପ୍ରତି ଉପେକ୍ଷାକୁ ନେଇ କ୍ଷୋଭ – ୩ ତାରିଖରେ ଉଚିତ ଜବାବ ମିଳିବ:...

ବାଲେଶ୍ୱର ବାସୀଙ୍କ ପ୍ରତି ଉପେକ୍ଷାକୁ ନେଇ କ୍ଷୋଭ – ୩ ତାରିଖରେ ଉଚିତ ଜବାବ ମିଳିବ: ପ୍ରତାପ

106

ବାଲେଶ୍ୱର, ୧-୧୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ପ୍ରତି ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନର ଅବହେଳା ତଥା ଉପେକ୍ଷାକୁ ନେଇ ପ୍ରଚାରର ଶେଷଦିନରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣମଣ୍ଡପରେ ଅୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବାଲେଶ୍ୱରବାସୀଙ୍କ ପ୍ରତି ରାଜ୍ୟ ସରକାର ତଥା ପ୍ରଶାସନର ଅବହେଳା ଚରମ ସୀମାରେ ପହଞ୍ଚିଥିବା ସେ ଆରୋପ ଉଠାଇଛନ୍ତି। ସ୍ୱଚ୍ଛତାର ପ୍ରତୀକ ବୋଲାଉଥିବା ମୁଖ୍ୟମନ୍ତ୍ରୀଙ୍କର ଏତେଦିନ ପରେ ବାଲେଶ୍ୱର କତା କେମିତି ମନେ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିମଳ, ପାନୀୟ ଜଳ, ଗମନାଗମନ, ଜଳସେଚନ ପ୍ରତିଟି କ୍ଷେତ୍ରରେ ବିପର୍ଯ୍ୟସ୍ଥ ଅବସ୍ଥା ଦେଖାଦେଇଥିବା ବେଳେ ଜିଲ୍ଲାର ସାଧାରଣ ଲୋକଙ୍କୁ ସାମାନ୍ୟତମ ମୌଳିକ ସେବା ପ୍ରଦାନରେ ସରକାର ବିଫଳ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାରେ ଆସିଥିବା ଅର୍ଥକୁ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ଓ ପ୍ରଶାସନର ଆନ୍ତରିକତା ନାହିଁ। ଏନେଇ କୋଟି କୋଟି ଟଙ୍କା ପଡ଼ି ରହିଛି। ତେବେ ଅମୃତ ଯୋଜନାରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଶହ ଶହ କୋଟି ଟଙ୍କା ଖର୍ଚ୍ଚର ହିସାବ ଏବେ ମିଳୁନି। ଅନ୍ୟପକ୍ଷରେ ଦଳୀୟ କର୍ମୀ ତୁଷ୍ଟୀକରଣ ପାଇଁ ବିଭିନ୍ନ ସରକାରୀ ଯୋଜନାରେ ପ୍ରକଳ୍ପ କାର୍ଯ୍ୟାଦେଶ ପ୍ରଦାନ ସହ ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯିବାର କାରଣ କ’ଣ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। ଏହା ସତ୍ତ୍ୱେ ଦିବଂଗତ ବିଧାୟକଙ୍କ ନାମରେ ଶାସକଦଳ ନେତା-ମନ୍ତ୍ରୀଙ୍କ ଅମାନବୀୟ ମନ୍ତବ୍ୟ ବାଲେଶ୍ୱରବାସୀଙ୍କ ଆବେଗକୁ ତାଚ୍ଛଲ୍ୟ କରାଯାଇଛି। ଆସନ୍ତା ୩ ତାରିଖରେ ବାଲେଶ୍ୱରବାସୀ ନିଶ୍ଚିତ ଏହାର ଜବାବ ଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତେବେ ଚଳିତ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଧର୍ମର ଜୟ ବୋଲି କହିଥିଲେ। କଳାଟଙ୍କା ସାଙ୍ଗକୁ ଶାସକ ଦଳର ଭ୍ରଷ୍ଟ ରାଜନୀତି ଆଗରେ ଧର୍ମବଳ ହିଁ ବିଜେପି ପ୍ରାର୍ଥୀ ମାନସକୁ ବିଜୟର ଟିକା ପିନ୍ଧାଇବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.