Home ଜିଲ୍ଲା ପରିକ୍ରମା ବାଲେଶ୍ୱରର ସର୍ବାଙ୍ଗିନ ଉନ୍ନତିକୁ ନେଇ ବରିଷ୍ଠ ନାଗରିକ ମଞ୍ଚର ବୈଠକ : ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର...

ବାଲେଶ୍ୱରର ସର୍ବାଙ୍ଗିନ ଉନ୍ନତିକୁ ନେଇ ବରିଷ୍ଠ ନାଗରିକ ମଞ୍ଚର ବୈଠକ : ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ନିଷ୍ପତି

17

ବାଲେଶ୍ୱର, ୧୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲାର ସର୍ବାଙ୍ଗିନ ଉନ୍ନତି ପାଇଁ ବର୍ଷବର୍ଷ ଧରି ବାରମ୍ବାର ସରକାରଙ୍କଠାରେ ଦାବି ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ନ ହେବାକୁ ନେଇ ବରିଷ୍ଠ ନାଗରିକ ମଞ୍ଚ ଅସନ୍ତୋଷ ପ୍ରକାଶ କରିଛି। ଏନେଇ ଆସନ୍ତା ୨୭ ତାରିଖ ଦିନ ମଞ୍ଚର ଏକ ୫୧ଜଣିଆ ପ୍ରତିନିଧିଦଳ ଜିଲାପାଳଙ୍କ ଜରିଆରେ ସରକାରଙ୍କୁ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ ବୋଲି ଆୟୋଜିତ ଏକ ବୈଠକରେ ବୁଧବାରଦିନ ନିଷ୍ପତି ନିଆଯାଇଛି। ଜିଲା କାର୍ଯ୍ୟାଳୟରେ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମଞ୍ଚର କର୍ମକର୍ତ୍ତାମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଆସନ୍ତା ୨୭ ତାରିଖର ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ସଫଳତା ଦିଗରେ ନିଷ୍ପତି ନେଇଥିଲେ। ଏହିଦିନ ଗାନ୍ଧିସ୍ମୃତି ଭବନଠାରେ ଏକତ୍ରିତ ହୋଇ ନିରବ ଶୋଭାଯାତ୍ରାରେ ଯିବା ବେଳେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ପରେ ଜିଲାପାଳଙ୍କୁ ସାକ୍ଷାତ କରି ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବା ପାଇଁ ଧାର୍ଯ୍ୟ ହୋଇଛି। ଏଥି ସହିତ ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡ଼ିକ ମଧ୍ୟରେ ବରିଷ୍ଠ ନାଗରିକମାନଙ୍କ ଲାଗି କରୋନା ପ୍ରତିଷେଧକ ଟୀକା ପ୍ରଦାନ, ହାଉଡ଼ା-ପୁରୀ-ଧଉଳି ଏକ୍ସପ୍ରେସ୍‌, ଖଡ଼କପୁର-ଖୋର୍ଦ୍ଧା ଫାଷ୍ଟ ପେସେଞ୍ଜର ଓ ଭଦ୍ରକ ହାଉଡ଼ା ବାଘାଯତୀନ୍ ପେସେଞ୍ଜର ଟ୍ରେନ୍‌କୁ ଅବିଳମ୍ବେ ଚାଲୁକରାଯିବା, ବରିଷ୍ଠନାଗରିକମାନଙ୍କ ଲାଗି ଉଦ୍ଦିଷ୍ଟ ରେଳଭଡ଼ା ରିହାତିର ପୁନଃପ୍ରଚଳନ କରାଯିବା ବାଲେଶ୍ୱର ଫ୍ଲାଏ ଓଭରବ୍ରିଜ୍‌ର ଆଶୁ ମରାମତି ହେବା ବାଲେଶ୍ୱରରେ ପୂର୍ବପରି ଏମ୍‌ସ ସାଟେଲାଇଟ୍ ସାପ୍ତାହିକ ଓପିଡି ସେଌକ୍ଷଗ୍ଧ;ରକୁ ଅବିଳମ୍ବେ ପୁନଃକାର୍ଯ୍ୟକ୍ଷମ କରି ରୋଗୀସେବା ପ୍ରଦାନ, ବାଲେଶ୍ୱର ସହରର ଜଳନିଷ୍କାସନ ଓ ଟ୍ରାଫିକ୍ ସମସ୍ୟାର ଆଶୁ ସମାଧାନ କରାଯିବା ଆଦି ସଂପର୍କରେ ଆଲୋଚିତ ହୋଇଥିଲା। ଏଥିପାଇଁ ଏକ ୧୧ଜଣିଆ ତଦାରଖ କମିଟି ଗଠନ କରାଯାଇଥିଲା। ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା, ଅନ୍ତର୍ଯ୍ୟାମୀ ପ୍ରଧାନ, ଡ. ପଦ୍ମଲୋଚନ ପାତ୍ର, ସୁରେନ୍ଦ୍ରନାଥ କର, ଗୋପୀନାଥ ଦାସ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ବିଷ୍ଣୁପ୍ରସାଦ ମହାନ୍ତି, ଦାମୋଦର ନାୟକ, ଲକ୍ଷ୍ମୀନାରାୟଣ ଘୋଷ୍‌, ଅକ୍ଷୟ କୁମାର ତ୍ରିପାଠୀ, ସୀତାରାମ ପ୍ରଧାନ ଓ ଗିରିଶ ଚନ୍ଦ୍ର ଦାଶ, ପଣ୍ଡିତ ସୁରେନ୍ଦ୍ରନାଥ କର, ଡ. ପଦ୍ମଲୋଚନ ପାତ୍ର, ଅନ୍ତର୍ଯ୍ୟାମୀ ପ୍ରଧାନ, ଅର୍ଚ୍ଚନା ନନ୍ଦୀ, ଅକ୍ଷୟ କୁମାର ତ୍ରିପାଠୀ, ସୀତାରାମ ପ୍ରଧାନ, ଦାମୋଦର ନାୟକ ଗୋପୀନାଥ ଦାସ, ଦେବବ୍ରତ ପାଣିଗ୍ରାହୀ, ପରମାନନ୍ଦ ପଣ୍ଡା ଯଶୋଦାନନ୍ଦନ ଆଶ୍ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ଲକ୍ଷ୍ମୀନାରାୟଣ ଘୋଷ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.