Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ସପ୍ତାହାନ୍ତ ସଟ୍ ଡାଉନ୍ : ଅମାନିଆଙ୍କଠାରୁ ପୁଲିସର ଫାଇନ ଆଦାୟ

ବାଲେଶ୍ୱରରେ ସପ୍ତାହାନ୍ତ ସଟ୍ ଡାଉନ୍ : ଅମାନିଆଙ୍କଠାରୁ ପୁଲିସର ଫାଇନ ଆଦାୟ

69

ବାଲେଶ୍ୱର, ୨୩ା୮(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣ ବୃଦ୍ଧିକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନଲକ୍୩ରେ ବାଲେଶ୍ୱର ଜିଲ୍ଲାରେ ପୂର୍ବଭଳି ଅଗଷ୍ଟ ମାସରେ ସପ୍ତାହାନ୍ତ ଦୁଇଦିନିଆ ସଟଡାଉନ ବଳବତ୍ତର ରହିଛି। ଶନିବାରଦିନ ଚତୁର୍ଥ ସପ୍ତାହାନ୍ତ ସଟ ଡାଉନର ପ୍ରଥମ ଦିନରେ ଗଣେଶ ପୂଜା ପାଇଁ ପୁଲିସର କୋହଳ ନୀତି ଅବଲମ୍ବନ କରାଯାଇଥିବା ପରିଲକ୍ଷିତ ହୋଇଥିଲା। ସହର ସମେତ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଲୋକେ କାଁଭାଁ ରାସ୍ତାରେ ଯା’ଆସ କରୁଥିଲେ। ତେବେ ହେଲମେଟ୍ ଓ ମାସ୍କ ପିନ୍ଧିନଥିବା ବ୍ୟକ୍ତି ଅଟକାଇ ପୁଲିସ ଯାଞ୍ଚ ଓ ଫାଇନ୍ ଆଦାୟ କରୁଥିଲା। ଏହି ପରିପ୍ରେକ୍ଷୀରେ ସହଦେବଖୁଣ୍ଟା ଥାନା ଓ ଟ୍ରାଫିକ ଥାନାର ୨ ଗୋଟି ଟିମ୍ ସହରର ଛକରେ କୋଭିଡ୍ ନିୟମ ଓ ଟ୍ରାଫିକକ ନିୟମ ଭଙ୍ଗକାରୀଙ୍କଠାରୁ ଫାଇନ୍ ଆଦାୟ କରୁଥିଲେ। ଦୁଇଗୋଟି ପୁଲିସ ଟିକ୍ ଶନିବାରଦିନ ଜରିମାନା ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲ୍ଲାରେ ବଢ଼ୁଥିବା ସଂକ୍ରମର ହାରକୁ ଲକ୍ଷ୍ୟ ରଖି ବାଲେଶ୍ୱରର ସଚେତନ ବ୍ୟକ୍ତି ବାହାରକୁ ବାହାରୁ ନଥିବା ଦେଖିବାକୁ ମିଳିଥିଲା। ଲୋକେ ସହର ସମେତ ଜିଲ୍ଲାର ଜନସାଧାରଣ ଏହି ସଟ୍ ସମସ୍ତେ ଘରେ ରହିବା ସହ ଅତି ଆବଶ୍ୟକ କ୍ଷେତ୍ରରେ ପଲିସ ଓ ପ୍ରଶାସନର ଅନୁମତି ନେଇ କାଁଭାଁ ଲୋକେ ବାହାରକୁ ବାହାରିଥିଲେ। ରାସ୍ତାଘାଟ ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଥିଲା। ଅନ୍ୟପକ୍ଷରେ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ ସହ ପୁଲିସ ପକ୍ଷରୁ କଡ଼ା ପହରା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା। ଏହା ବ୍ୟତୀତ ସହରର ବିଭିନ୍ନ ଛକରେ ଦଳ ଦଳ ପୁଲିସ କର୍ମଚାରୀ ଡ୍ୟୁଟି କରୁଥିବା ଦେଖିବାକୁ ମିଳଥିଲା। ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତିରା ମାରିବା ସହିତ ସଟ୍ ଡାଉନ୍ର ସ୍ଥିତି ଅନୁଧ୍ୟାନ କରୁଥିଲା। ସେହିଭଳି ପଦସ୍ଥ ପୁଲିସ ଅଧିକାରୀମାନେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳ ବୁଲିବା ସହିତ ସଟ ଡାଉନ୍ କାର୍ଯ୍ୟକାରିତା ଉପରେ ନଜର ରଖିଥିଲେ। ମୋଟ୍ ଉପରେ ସଚେତନ ଜିଲ୍ଲାବାସୀଙ୍କ ସହଯୋଗରୁ ବାଲେଶ୍ୱରରେ ଅନଲକ୍୩ର ଚତୁର୍ଥ ସପ୍ତାହାନ୍ତ ସଟ୍ ଡାଉନ୍ର ପ୍ରଥମ ଦିନ ବାଲେଶ୍ୱରରେ ବେଶ କାର୍ଯ୍ୟକାରୀ ହୋଇଥିବା ଲକ୍ଷ୍ୟ କରାଯାଇଛି। ତେବେ ଜିଲ୍ଲା ବଢ଼ି ଚାଲିଥିବା କରୋନା ସଂକ୍ରମଣ ରୋକିବା ପାଇଁ ସବୁ ମହଲରୁ ସତର୍କତା ଅବଲମ୍ବନ ସହ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ଓ ସାନିଟାଇଜର ବ୍ୟବହାର ଉପରେ ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.