Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ପହଞ୍ଚିଲା କୋଭିଡ-୧୯ ଭେକ୍ସିନ : ୧୬ ତାରିଖରୁ ୫ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ –...

ବାଲେଶ୍ୱରରେ ପହଞ୍ଚିଲା କୋଭିଡ-୧୯ ଭେକ୍ସିନ : ୧୬ ତାରିଖରୁ ୫ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ – ପ୍ରଥମ ଦନରେ ୫୦୦ ସ୍ୱାସ୍ଥ୍ୟକର୍ମୀ ନେବେ କରେନା ଟିକା

25

ବାଲେଶ୍ୱର, ୧୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ କରୋନା ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟ। ଅ ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ବାଲେଶ୍ୱରରେ ବୁଧବାର ସଂଧ୍ୟାରେ କୋଭିଡ୍ ଭେକ୍ସିନ ପହଞ୍ଚିଛି। ପୁନେର ‘ସିରମ୍ ଇନଷ୍ଟିଚ୍ୟୁଟ’ ଦ୍ୱାରା ପ୍ରସ୍ତୁତ ‘କୋଭିସିଲ୍ଡ ଭେକ୍ସିନ୍‌’ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ଗାଡ଼ିରେ ବାଲେଶ୍ୱର ମୁଖ୍ୟଚିକିତ୍ସାଳୟ ସ୍ଥିତି ଭେକ୍ସିନ ସେଌକ୍ଷଗ୍ଧ;ରରେ ପହଞ୍ଚଥିଲା। ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଏଥିରେ ମୋଟ ୮ହଜାର ୪୦୦ ଡୋଜ୍ ଭେକ୍ସିନ୍ ଆସିଥିବା ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦେବ ସୂଚନା ଦେଇଛନ୍ତି। ତନ୍ମଧ୍ୟରୁ ୭ ହଜାର ୬ଶହ ଡୋଜ୍ ବ୍ୟବହାରଯୋଗ୍ୟ ହେବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.