Home ଓଡ଼ିଶା ବାଲେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୫

ବାଲେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୫

124

ବାଲେଶ୍ୱର, ୨ା୬(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ଦିନକୁ ଦିନ ଓଡ଼ିଶାରେ କରୋନା ସଂକ୍ରମଣ ବେକାବୁ ସ୍ଥିତି ଧାରଣ କରୁଥିବା ବେଳେ ଆଗାମୀ ଦିନରେ ରାଜ୍ୟର ଅବସ୍ଥା କ’ଣ ରହିବ ଏହାକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା। ଆଜି ସୁଦ୍ଧା ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା୨୨୪୫ରେ ପହଞ୍ଚିଥିବା ବେଳେ ୧୨୪୫ଜଣ ସୁସ୍ଥ ବି ହୋଇଛନ୍ତି। ୯୯୧ ଏକ୍ଟିଭ୍ ଏବେ ଚିକିତ୍ସାଧୀନ ଅଛନ୍ତି। ଅନୁରୂପ ଭାବେ ବାଲେଶ୍ୱରରେ ଆଜି ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍‌ଙ୍କ ମିଶାଇ ଜିଲ୍ଲାରେ ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା୧୫୪ରେ ପହଞ୍ଚିଛି। ୧୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ୨୬ ଜଣ କରୋନା ରୋଗୀ ଏବେ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱରକୁ ଟ୍ରେନ୍ ଯୋଗେ ପ୍ରାବସୀ ଓଡ଼ିଆ ଶ୍ରମିକଙ୍କ ଆଗମନ ଏବେ ବି ଜାରି ରହିଛି। ଅଦ୍ୟାବଧି ବାଲେଶ୍ୱରରେ ଯେତେ ବି କରୋନା ସଂକ୍ରମିତ ହୋଇଛନ୍ତି, ତନ୍ମଧ୍ୟରୁ ୯୦ ପ୍ରତିଶତ ପ୍ରବାସୀ ଓଡ଼ିଆ ଥିବା ଜଣାପଡ଼ିଛି। ଖୁବଶୀଘ୍ର ବାଲେଶ୍ୱର ସରକାରୀ ମେଡିକାଲ କଲେଜ୍‌ରେ କୋଭିଡ୍ ଟେଷ୍ଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ସହ ଲାବ୍ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ ଅଧିକରୁ ଅଧିକ ସ୍ୱାବ ନମୁନା ପରୀକ୍ଷା ହେଲେ ଆଗାମୀ ଦିନରେ ଜିଲ୍ଲାରେ ସଂକ୍ରମିତଙ୍କ ବଢ଼ିବ ତାହାକୁ ନେଇ ଦେଖାଦେଇ ଆଶଙ୍କା। ଅନ୍ୟପକ୍ଷରେ ୪ ତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି ଶେଷ ହେବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ତାରିଖରୁ ଲାଗୁ ହୋଇଛି ପ୍ରଥମ ପର୍ଯ୍ୟାୟ କଟକଣା କୋହଳ ଅନ୍‌ଲକ୍ ପ୍ରସେସ୍। ଯଦିଚଃ ରାଜ୍ୟ ସରକାର ସପ୍ତାହର ଦୁଇଦିନିଆ ସଟଡାଉନ୍‌, ରାତ୍ରିକାଳୀନ କର୍ଫ୍ୟୁ ସମୟ ବୃଦ୍ଧି ଭଳି ଏଥିରେ କିଛିଟା ପରିବର୍ତ୍ତନ କରିଛନ୍ତି, ତେବେ ସହର ବଜାରରେ ବଢ଼ୁଥିବା ଲୋକଙ୍କ ଗହଳି ସଚେତନଶୀଳ ବର୍ଗଙ୍କ ଚିନ୍ତା ବଢ଼ାଇ ଦେଇଛି। ଅବଶ୍ୟ ପୁଲିସ ପକ୍ଷରୁ ଏବେ କେବଳ ମାସ୍କ ଯାଞ୍ଚ ଓ ଫାଇନ୍ ଆଦାୟକୁ ଅଧିକ ଗୁରୁତ୍ୱ ଦିଆ ଯାଉଥିଲେ ବି ମାର୍କେଟରେ ହେଉଥିବା ଗହଳି ପ୍ରତି ଦୃଷ୍ଟି ଦେଉନଥିବା ଲକ୍ଷ୍ୟ କରାଯାଇଛି। ତେବେ କରୋନା ସଂକ୍ରମଣ ରୋକିବା ଦିଗରେ ସାଧାରଣ ଲୋକେ ସତର୍କତା ଅବଲମ୍ବନ ଭଳି ଗହିଳି ନିୟନ୍ତ୍ରଣ ପ୍ରତି ପୁଲିସ ମଧ୍ୟ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.