Home ଆନ୍ତର୍ଜାତୀୟ ବାଲୁକା କଳାରେ ଫିଫା ୱାର୍ଲଡ଼ କପ୍‌ର ବାର୍ତ୍ତା

ବାଲୁକା କଳାରେ ଫିଫା ୱାର୍ଲଡ଼ କପ୍‌ର ବାର୍ତ୍ତା

28

ପୁରୀ ୨୧-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆରମ୍ଭ ହୋଇଛି ଫୁଟବଲ ମହାସମର ଫିଫା ୱାର୍ଲଡ଼ କପ। ସାରା ବିଶ୍ୱର ୩୨ ଟି ଦଳ ଏହି ୱାର୍ଲଡ଼ କପରେ ଅଂଶଗ୍ରହଣ କରିବା ପାଇଁ କତାରରେ ପହଞ୍ଚିଛନ୍ତି। ଏହି ଅବସରରେ ଆଜି ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ ଏକ ୮ ଫୁଟର ବାଲୁକା କଳାରେ ଫିଫା ୱାର୍ଲଡ଼କପର ଏକ ଅବିକଳ ନକଲ ଟ୍ରଫି ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଅଂଶଗ୍ରହଣ କରୁଥିବା ୩୨ଟି ଦେଶର କଏନ, ଭାରତୀୟ କଏନ ସମେତ ୧୩୫୦ଟି କଏନ ବ୍ୟବହୃତ ହୋଇଛନ୍ତି। ସାରା ବିଶ୍ୱରେ ଏଭଳି ଏକ ଇଂଷ୍ଟାଲେସନ ଆର୍ଟ ପ୍ରଥମ ବୋଲି ଦାବି କରିଛନ୍ତି ସୁଦର୍ଶନ। ଏହି ବାଲୁକାକଳାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ଦେଖଣାହାରୀଙ୍କ ଭିଡ଼ ଜମିଥିବା ବେଳେ ଫୁଟବଲ ଟିମ ଓଡ଼ିଶା ଏଫ୍ସି ର କୋଚ୍ ଓ ପରିବାର ମଧ୍ୟ ଏହାକୁ ଦେଖି ଖୁସି ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.