Home ଜିଲ୍ଲା ପରିକ୍ରମା ଜିଲ୍ଲା ଯାଦବ ମହାସଭା ନିର୍ମାଣ କରିବ କାଞ୍ଚି ଅଭିଯାନ ସ୍ମାରକୀ ଓ ମାଣିକ ସ୍ମୃତିପୀଠ

ଜିଲ୍ଲା ଯାଦବ ମହାସଭା ନିର୍ମାଣ କରିବ କାଞ୍ଚି ଅଭିଯାନ ସ୍ମାରକୀ ଓ ମାଣିକ ସ୍ମୃତିପୀଠ

37

ପୁରୀ, ୨୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମାଣିକ ପାଟଣା ସ୍ଥିତ ଭାବକୁଣ୍ଡଳେଶ୍ୱରଙ୍କ ପୀଠରେ କୃଷ୍ଣ ପ୍ରସାଦ ବ୍ଳକ ଯାଦବ ମହାସଭା ତରଫରୁ ଏକ ବ୍ଳକ୍ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଶ୍ରମିକ ନେତା ପିତବାସ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀ କୁ ଜିଲ୍ଲା ଯାଦବ ମହାସଭା ସଭାପତି ଗୋପାଳ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ଜିଲ୍ଲା ସମ୍ପାଦକ ଆଇନଜୀବୀ ଦିଗମ୍ବର ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ଦେବରାଜ ବେହେରା, ଜିଲ୍ଲା ଯୁବ ଯାଦବ ସଭାପତି ସନ୍ତୋଷ କୁମାର ବେହେରା, ଉପ ସଭାପତି ଭିକାରୀ ମହାକୁଡ, ଜିଲ୍ଲା ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ମାଣିକ ପାଟଣାରେ ଭାବକୁଣ୍ଡଳେଶ୍ୱରଙ୍କ ପୀଠରେ ସୃଦୃଶ୍ୟ କାଞ୍ଚି ଅଭିଯାନ ସ୍ମାରକୀ ନିର୍ମାଣ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ରାଜା ପୁରୁଷୋତ୍ତମ ଦେବଙ୍କୁ କାଞ୍ଚି ଅଭିଯାନ ଯୁଦ୍ଧରେ ସାହାଯ୍ୟ କରିବା ଲାଗି ଭଗବାନ ଶ୍ରୀଜଗନ୍ନାଥ ଓ ବଳଭଦ୍ର କଳାଧଳା ଘୋଡାରେ ସୈନିକ ବେଶରେ ବଙ୍ଗୋପସାଗର କୂଳ ଦେଇ ଯାଇଥିଲେ ଓ ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ଶୋଷ ହେବାରୁ ନିଜର ରତ୍ନ ମୁଦି ଵନ୍ଧା ରଖି ମାଣିକ ଗୋପାଳୁଣୀ ହସ୍ତରୁ ଦହି ପାନ କରିଥିଲେ।ସେଇ ପବିତ୍ର ମୁହୂର୍ତ୍ତ ର ସ୍ମୃତିକୁ ଭକ୍ତ ସମାଜରେ ସତେଜ ରଖିବା ଉଦ୍ଦେଶ୍ୟରେ ଏକ ଭବ୍ୟ କାଞ୍ଚି ଅଭିଯାନ ସ୍ମାରକୀ ଓ ମାଣିକ ସ୍ମୃତି ସ୍ଥାପନ କରାଯିବାକୁ ପୂର୍ବରୁ ଯାଦବ ମହାସଭା ନିଷ୍ପତ୍ତି ଗ୍ରହଣ କରିଥିଲା।ଏ ସମ୍ପର୍କରେ ତେର ମୌଜା ମାହାଲ କମିଟି ମହାସଭାକୁ ସହଯୋଗ କରିଥିବାରୁ ମହାସଭା ତରଫରୁ ମାହାଲବାସୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି। ବର୍ତମାନ ଏଠାରେ ଏକ ସ୍ମାରକୀ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି।ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ସମସ୍ତ ଖର୍ଚ୍ଚ ବହନ କରିବାକୁ ମହାସଭା ନିଷ୍ପତ୍ତି ନେଇଛି। କାଞ୍ଚି ଅଭିଯାନ ଐତିହ୍ୟ ସ୍ମାରକୀ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯାଇ ଶେଷ କରାଯିବ ବୋଲି ଜିଲ୍ଲା ଯାଦବ ମହାସଭା ସଭାପତି ଗୋପାଳ ଚନ୍ଦ୍ର ବେହେରା ସମ୍ମିଳନୀରେ ଘୋଷଣା କରିଥିଲେ। କୃଷ୍ଣ ପ୍ରସାଦ ବ୍ଳକ୍ ଯାଦବ ମହାସଭାର ଆଗାମୀ ୩ ବର୍ଷ ନିମନ୍ତେ ଏକ ୧୬ ଜଣିଆ ପରିଚାଳନା କମିଟି ଗଠନ କରାଯାଇଛି।ସଭାପତି ଅଭିରାମ ଦାସ, କାର୍ଯ୍ୟକାରୀ ସଭାପତି ପୂର୍ଣଚନ୍ଦ୍ର ବେହେରା, ଉପସଭାପତି ରୂପେ ନାରାୟଣ ବେହେରା, ଶରତଚନ୍ଦ୍ର ବେହେରା, ସୁବୋଧ ବେହେରା, ସମ୍ପାଦକ ଶିକ୍ଷକ ଚରଣ ବେହେରା, ସହସମ୍ପାଦକ ସନ୍ତୋଷ କୁମାର ବେହେରା, କୋଷାଧ୍ୟକ୍ଷ ପଞ୍ଚାନନ ବେହେରା ସମେତ ବୈକୁଣ୍ଠ ବେହେରା, ତ୍ରିନାଥ ବେହେରା, ସହଦେବ ବେହେରା, ନିରଞ୍ଜନ ବେହେରା, ଦାଶରଥି ବେହେରା ଏବଂ ବାଉରୀବନ୍ଧୁ ବେହେରା ଏବଂ ମହିଳା ସଦସ୍ୟ ରୂପେ ଶ୍ରୀମତୀ କାଗେଜି ଦାସ ପ୍ରମୁଖ ସଦସ୍ୟମାନେ କମିଟିକୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଉପଦେଷ୍ଟା ମଣ୍ଡଳୀ ରେ ପିତବାସ ବେହେରା, କୁବେର ବେହେରା ଓ ଚରଣ ଦାସ ରହିଛନ୍ତି। ସମ୍ମିଳନୀରେ ତିନିଜଣ ମ‌ହିଳା ସ୍ୱୟଂ ସହାୟିକା ଓ ୨୬ ଜଣ ଯାଦବ ମୁରଵିଙ୍କୁ ସମ୍ମାନିତ କରାଯାଇଥିଲା।ଏହି ସମ୍ମିଳନୀରେ ପଣସପଦା, ଭଗବାନ ପୁର, ରାମେଶ୍ବର ପୁର, ପାଇକ ସାହି, ଶୀତଳପଦା ପ୍ରଭୃତି ଗ୍ରାମର ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ।ବିଦାୟୀ ସଭାପତି ଚରଣ ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.