Home କେନ୍ଦୁଝର ବାଲିଘାଟ ନିଲାମକୁ କେନ୍ଦ୍ରକରି ସଂଘର୍ଷ, ୩ଆହତ

ବାଲିଘାଟ ନିଲାମକୁ କେନ୍ଦ୍ରକରି ସଂଘର୍ଷ, ୩ଆହତ

337

ହାଟଡ଼ିହି, ୨୫/ ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ବାଲିଘାଟ ନିଲାମକୁ କେନ୍ଦ୍ରକରି ହାବଳେଶ୍ୱର ପଞ୍ଚାୟତର ଶାଳବଣୀ ଗ୍ରାମରେ ସଂଘର୍ଷ ଘଟି ତିନିଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ବାଲିଘାଟ କୁ ନେଇ ପୁର୍ବରୁ ବିବାଦ ଲାଗି ରହିଥିଲା । ଗତକାଲି ବାଲିଘାଟ ନିଲାମ ନେବାରେ ଗୋଟିଏ ଗୋଷ୍ଠୀ ସଫଳ ହେବାପରେ ତନ୍ମଧ୍ୟରୁ ଜଣେ ଯୁବକ ଖୁସିରେ ପାଟିକରି କରି ଗାଁ ଭିତରେ ବୁଲିଥିଲା । ଏଥିରେ ଅସହ୍ୟ ହୋଇ ଭିନ୍ନ ଗୋଷ୍ଠୀର ଜଣେ ବ୍ୟକ୍ତି ଏହାକୁ ବିରୋଧ କରିବାରୁ ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଫଳରେ ତିନିଜଣ ଆହତ ହୋଇଥିଲେ । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବାବେଳେ ଆଜି ଗାଁରେ ବସି ବିବାଦର ସମାଧାନ କରିବା ପାଇଁ ଉଦ୍ୟମ ଚାଲିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.