Home କନ୍ଧମାଳ ବାଲିଗୁଡା ଜଗନ୍ନାଥ ମନ୍ଦିର ମାର୍କେଟ କମପ୍ଲେକ୍ସରେ ୧୧ଟି ଦୋକାନ ଘରେ ଚାବି ପକାଇଲା ଦେବତର ବିଭାଗ

ବାଲିଗୁଡା ଜଗନ୍ନାଥ ମନ୍ଦିର ମାର୍କେଟ କମପ୍ଲେକ୍ସରେ ୧୧ଟି ଦୋକାନ ଘରେ ଚାବି ପକାଇଲା ଦେବତର ବିଭାଗ

72

ବାଲିଗୁଡା, ୨୫/୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାଲିଗୁଡା ଜଗନ୍ନାଥ ମନ୍ଦିରର ଭଡାରେଦିଆଯାଇଥିବା ମାର୍କେଟ କମପ୍ଲେକ୍ସର ୧୧ଟି ଭଡାଟିଆ ଦୋକାନ ଘରେ ତାଲା ପକାଇଲା ଦେବତର ବିଭାଗ।ଜଗନ୍ନାଥ ମନ୍ଦିରର ଏହି ଦୋକାନ ଗୃହ ନିମନ୍ତେ ସହକାରୀ କମିସନର ବ୍ରହ୍ମପୁର ଓ ଭୁବନେଶ୍ୱର କୋର୍ଟରେ ଚାଲିଥିଲା ମକଦ୍ଦମା ଓ ଏହି ୧୧ଟି ଦୋକାନ ଗୃହକୁ ଉଛେଦ ବା ଦୋକାନ ଗୃହରେ ତାଲ ପକାଇବାକୁ କମିଶନର କୋର୍ଟ ଦେଇଥିଲେ ନିର୍ଦ୍ଦେଶ। ଏଥିରେ ମାଜିଷ୍ଟେଟ ଦ୍ୱାୟୀତ୍ୱରେ ବାଲିଗୁଡା ତହସିଲଦାର କ୍ଷୀରାବ୍ଧୀ ତନୟା ସାହୁଙ୍କ ଉପସ୍ଥିତିରେ ଏହି ୧୧ଗୋଟି ଦୋକାନ ଗୃହ ଯାହାକି ଜଗନ୍ନାଥ ମାର୍କେଟ କମପ୍ଲେକ୍ସରେ ୬ଗୋଟି ଗୃହ ଓଲକ୍ଷ୍ମି ମାର୍କେଟ କମପ୍ଲେକ୍ସରେ ୫ଟି ଦୋକାନ ଗୃହରେ ତାଲା ପକାଇଛନ୍ତି ଦେବତର ବିଭାଗର ଇନ୍ସିପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି।ଇନିସପକ୍ଟେର ଚାବି ପକାଇ ମାଜିଷ୍ଟେଟଙ୍କ ଉପସ୍ଥିତିରେ ମନ୍ଦିର ଟ୍ରଷ୍ଟି ମଧୁସୁଦନ ଦାସଙ୍କୁ ଚାବି ହସ୍ତାନ୍ତର କରିଛନ୍ତି।ଚାବି ପକାଇବା ସମୟରେ ତହସିଦାରଙ୍କ ସମେତ ଦେବତର ବିଭାଗର ଇନିସପେକ୍ଟର, ଥାନା ଆଇଆଇସି ପ୍ରସାନ୍ତ କୁମାର ବେହେରା, ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ମଧୁସୁଦନ ଦାସ ଓ ଅଭିମନ୍ୟୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଘର ବା ଦୋକାନ ମାନଙ୍କରେ ଚାବି ପକାଇବା ସମୟରେ କୌଣସି ବିଶୃଙ୍ଖଳା ହୋଇନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.