Home କନ୍ଧମାଳ ବାଲିଗୁଡା ଏନଏସିରେ ଭୂମି ଅଧିଗ୍ରହଣ ପ୍ରମାଣ ପତ୍ର ବଣ୍ଟନ

ବାଲିଗୁଡା ଏନଏସିରେ ଭୂମି ଅଧିଗ୍ରହଣ ପ୍ରମାଣ ପତ୍ର ବଣ୍ଟନ

121

ବାଲିଗୁଡା – ୩୦-୧୧ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡା ଏନଏସି ପରିସରରେ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନଏସିରେ ବସ୍ତି ବାସିନ୍ଦାଙ୍କୁ ଭୁମି ଅଧିକାର ଅଧିନିୟମ ୨୦୧୭ ଅନୁଯାୟୀ ଭୁମିଅଧିଗ୍ରହଣ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଏନଏସିର ଉପାଦକ୍ଷ ଲୋକନାଥ ପାଢୀଙ୍କ ଦ୍ୱାରା ଏହି ପ୍ରମାଣ ପତ୍ର ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜାଗା ମିଶନର ଅଧିକାରୀ ଏକେ ରାଉତ, ଫାଲଗୁନ ସାହୁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏନଏସିର ତିନୋଟି ୱାଡ ପଣସପୋଡି, ଗୁଳିମରାପଦା ଓ ହାଟପଦାର ୧୭ ଜଣ ବସ୍ତି ବାସିନ୍ଦା ମାନଙ୍କୁ ଭୁମିଅଧିଗ୍ରହଣ ପ୍ରମାଣପତ୍ର ଦିଆଯାଇଛି। ଆଗାମି ଦିନରେ ଅନ୍ୟ ବସ୍ତବାସିନ୍ଦା ମାନଙ୍କୁ ଏହି ପ୍ରମାଣପତ୍ର ଦିଆହେବ ବୋଲି ଉପାଦକ୍ଷ ଶ୍ରୀ ପାଢୀ କହିଛନ୍ତି। ଏନଏସିର କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.